www.samajalive.in
Sunday, December 7, 2025
23.1 C
Bhubaneswar

ଗାଁରେ ପହଞ୍ଚିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଦପୁର ପଞ୍ଚାୟତର ଭୈରପୁର ଏବଂ ରାଜପୁର ଗ୍ରାମରେ ପହଞ୍ଚିଛି ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ। ରବିବାର ରାତିରେ ଜଣକ ମୃତଦେହ ପହଞ୍ଚିଥିବାବେଳେ ଏହାର ୧୦ ଘଣ୍ଟା ନ ପୂରୁଣୁ ସୋମବାର ସକାଳେ ଆଉ ଏକ ମୃତଦେହ ଆସି ପହଞ୍ଚିଛି। ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତ ଶ୍ରମିକ ଦୁହେଁ ହେଲେ ଭୈରପୁରର ଉଜ୍ଜଳ ପ୍ରଧାନ ଏବଂ ରାଜପୁର ଗ୍ରାମର ବିଜୟ ଦଳାଇ। ଉଜ୍ଜଳ ୨୦ ବର୍ଷ ହେଲା ଚେନ୍ନାଇର ଏକ ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଗତ ୫ ତାରିଖରେ ସେ କାମରୁ ଫେରି ଘରେ ଶୋଇଥିଲେ। ସକାଳୁ କବାଟ ନ ଖୋଲିବାରୁ ପାଖରେ ଥିବା ସାଙ୍ଗମାନେ କବାଟ ଖୋଲିବା ବେଳେ ତାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲା। ରବିବାର ରାତିରେ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

- Advertisement -

ଅନ୍ୟପଟେ ବିଜୟ ଦଳାଇ ୧୫ ବର୍ଷ ହେଲା ହାଇଦ୍ରାବାଦର ଏକ କମ୍ପାନୀରେ ୱେଲ୍ଡର ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରବିବାର ଛୁଟି ଥିବାରୁ ଖାଇ ପିଇ ଘରେ ଶୋଇଥିବା ବେଳେ ସାଙ୍ଗମନେ ତାଙ୍କୁ ଉଠାଇଥିଲେ ।ତେବେ ସେ ନ ଉଠିବାରୁ ତାଙ୍କୁ ନିକଟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ସକାଳେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories