www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ବଲାଙ୍ଗିରରେ କୁକୁର ଝୁଣି ଖାଇଲା ଶିଶୁ ମୃତଦେହ

ବଲାଙ୍ଗିର: ବଲାଙ୍ଗିରରେ ପୁଣି ଶିଶୁ ମୃତଦେହକୁ ଖୁଣି ଖାଇଲା କୁକୁର। ଶୁକ୍ରବାର ବଲାଙ୍ଗିର ସହର ରାଧାରାଣିପଡାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ଶିଶୁର ମୁଣ୍ଡକୁ ପାଟିରେ କାମୁଡି ଧରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲୁଥିଲା କୁକୁର। କେତେବେଳେ ରାଜରାସ୍ତା ମଝିରେ ତ କେତେବେଳେ କାହା ଘର ବାଟରେ। ସକାଳୁ ସହରର ଜନଗହଳିପୂର୍ଣ୍ଣ ରାଧାରାଣୀପଡା ରାଜରାସ୍ତା ଉପରେ ଶିଶୁ ମୁଣ୍ଡକୁ କୁକୁର ଝୁଣି ଖାଉଥିବା ଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖି ସ୍ଥାନୀୟଲୋକେ ଆଚମ୍ବିତ ହୋଇପଡିଥିଲେ।

ସୂଚନା ଅନୁସାରେ ଶୁକ୍ରବାର ସକାଳୁ ଡାକ୍ତରଖାନା ନିକଟରେ ଥିବା ରାଧାରାଣୀପଡାର ମୁଖ୍ୟ ରାସ୍ତାରେ କିଛି କୁକୁର ଏକ ମାଂସ ପିଣ୍ଡୁଳା ଖାଉଥିବା ଦେଖିବାକୁ ମିଲିଥିଲା। ତେବେ ଲୋକେ ଏହା କଣ ଜାଣିବା ପାଇଁ ଚେଷ୍ଟା କରିବା ପରେ ଏହା ଏକ ଶିଶୁ ମୃତଦେହର ଅଂଶ ବୋଲି ଜଣାପଡିଥିଲା। ଡାକ୍ତରଖାନା ନିକଟରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଲିଥିବା ବେଳେ ଏହା ଡାକ୍ତରଖାନାରେ ପଡିଥିବା ଶିଶୁ ମୃତଦେହ କୁକୁରଙ୍କ ଆହାର ହୋଇଥାଇପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେବେ ଡାକ୍ତରଖାନା ପରିସରରେ ଏହି ମୃତଦେହ କିଏ ଫିଙ୍ଗିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି। ସେହି ସ୍ଥାନ ନିକଟରେ କିଛି ଘରୋଇ କ୍ଲିନିକ ମଧ୍ୟ ରହିଥିବାରୁ ଅବୈଧ ପ୍ରେମ ସଂପର୍କ ଯୋଗୁ ହୋଇଥିବା ସନ୍ତାନ୍ତକୁ କିଏ ଫିଙ୍ଗିଦେଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ସରକାରୀ ମେଡିକାଲ କଲେଜ ଡାକ୍ତରଖାନା କୁ ଲାଗିରହିଥିବାରୁ ବୋଧହୁଏ କେହି ପ୍ରସବପରେ ମୃତଶିଶୁଟିକୁ ନିକଟସ୍ଥ ଅଳିଆ ଗଦାରେ ଫୋପାଡି ଦେଇଥିବା ବେଳେ ମୃତଦେହଟି କୁକୁରମାନଙ୍କ ଆହାର ପାଲଟିଥିବା ସନ୍ଦେହ କରାଯାଉଛି।

- Advertisement -

ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଲେ ବଲାଙ୍ଗିର ଅର୍ଜୁନପୁର ରାସ୍ତାକଡରେ କିଛି କୁକୁର ଏକ ମୃତ ନବଜନ୍ମିତ ଶିଶୁକୁ ଖାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଏହିଭଳି ଦୁର୍ଭାଗ୍ୟଜନକ ଦୃଶ୍ୟ ବାରମ୍ବାର ବଲାଙ୍ଗିରରେ ଦେଖିବାକୁ ମିଲୁଥିବା ବେଳେ ଏହା ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ମାନବଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories