ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦଣ୍ଡନାଚ କୌଣସି ଅଞ୍ଚଳରେ ନଥିବା ଯୋଗୁଁ ସୋମବାର ସ୍ଥାନୀୟ ନାରାୟଣ ନଗର ସାହିରେ ଗଞ୍ଜାମ ଜିଲ୍ଲା ପାଟପୁର ଗ୍ରାମର ଦଣ୍ଡନୃତ୍ୟ ହେଉଥିବା ଯୋଗୁଁ ମୋହନାବାସୀଙ୍କ ମନରେ ନାହିଁନଥିବା ଆନନ୍ଦ ଦେଖିବାକୁ ମିଳିଛି। ଗ୍ରାମର ବରିଷ୍ଠ ଶିକ୍ଷାବିତ୍ ସୁରେନ୍ଦ୍ର ମହାପାତ୍ର, ରତିକାନ୍ତ ପାଇକ, ଶେଷ ବେହେରଦଳାଇ, ଯୋଗେନ୍ଦ୍ର ସାହୁ, ଭିକାରୀ ଚରଣ ସାହୁ, ଭିକାରୀ ନାୟକ, ସନ୍ତୋଷ ସାହୁ, ବଚନ ସାହୁ, କାଳୁ ଗୌଡ଼, ବାପୁନା ସାହୁ, କମଳା ବିଷୋୟୀ, ଗଣେଷ ମାଝୀ, ଲାଲୁ ବେହେରଦଳାଇଙ୍କ ସମେତ ସାହି ବାସିନ୍ଦାମାନଙ୍କ ସହଯୋଗରେ ପ୍ରଥମେ ମା ଓ ପାଟଭୁକ୍ତାଙ୍କୁ ବରଣ କରିବା ସହିତ ନଡ଼ିଆ, କଦଳୀ, ବାନାପିଂଛ ମୁଠାଧରି ମାଙ୍କୁ ନିମନ୍ତ୍ରଣ କରିଥିଲେ। ପରେ ମାଙ୍କର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ଚଢ଼େୟା ନୃତ୍ୟ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ରାତ୍ରରେ ମାଙ୍କର ପ୍ରସାଦ ସେବନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ “ଗୁପ୍ତସମ୍ପର୍କ” ସାମାଜିକ ନାଟକ ମଂଚସ୍ଥ ହୋଇଥିଲା।
Popular Categories



