ଡମପଡ଼ା ୩୮ନଂ ଜିଲ୍ଲାପରିଷଦ ଜୋନ: ମଇଦାନରେ ବିଜେଡି, ବିଜେପି, କଂଗ୍ରେସ ସହ ୩ ଅନ୍ୟ ପ୍ରାର୍ଥୀ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନ ବାଙ୍କୀ-ଡମପଡା ୩୮ନଂ ଜୋନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ବିଜେଡି, ବିଜେପି, କଂଗ୍ରେସ ଦଳ ସହିତ ସ୍ୱାଧୀନ, ଆମଆଦମି ଏବଂ ଓଡିଶା ପ୍ରଗତି ପରିଷଦର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏବେ ଏହି ଜୋନରେ ଘର ଘର ବୁଲି ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଜୋର କରିଛନ୍ତି। ଦଳୀୟ ପ୍ରାର୍ଥୀମାନଙ୍କୁ ବିଜୟୀ କରିବା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି, ବିଜେପି ଓ କଂଗ୍ରେସର ଦଳୀୟ ନେତୃତ୍ୱମାନେ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ସେହିପରି ପ୍ରଚାର ଗାଡି ସହିତ ପଦଯାତ୍ରା ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଛୋଟ ଛୋଟ ସମ୍ମିଳନୀ କରୁଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ଏହି ଜୋନ ଅଧିନ ତାଳବସ୍ତ ପଞ୍ଚାୟତର ୧୮ଟି ୱାର୍ଡର ୪ହଜାର ୮୯୧ଜଣ ପୁରୁଷ ଏବଂ ୪ହଜାର ୬୧୮ଜଣ ମହିଳା ୧୧ଗୋଟି ଭୋଟ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିବେ। ସେହିପରି ଦୁଲଣାପୁର ପଞ୍ଚାୟତର ୧୭ଟି ଓାର୍ଡର ୫ଟି କେନ୍ଦ୍ରରେ ୧୫୮୧ପୁରୁଷ ଓ ୧୪୮୯ମହିଳା, ଗୋବିନ୍ଦପୁର ପଞ୍ଚାୟତର ୧୬ଟି ୱାର୍ଡର ୫ଟି କେନ୍ଦ୍ରରେ ୧୮୦୫ଜଣ ପୁରୁଷ ଓ ୧୭୨୯ଜଣ ମହିଳା, ଡମପଡା ପଞ୍ଚାୟତର ୧୬ଟି ୱାର୍ଡର ୨୨୯୫ପୁରୁଷ ଓ ୨୧୪୧ମହିଳା ୧୫ଟି କେନ୍ଦ୍ରରେ ନିଜର ମତଦାନ କରିବେ। କୁଶପଙ୍ଗି ପଞ୍ଚାୟତର ୧୯ଟି ୱାର୍ଡର ୩୩୫୨ପୁରୁଷ ଓ ୩୧୩୭ ମହିଳା ୬ଟି କେନ୍ଦ୍ରରେ, ପାଥପୁର ପଞ୍ଚାୟତର ୧୭ଟି ଓାର୍ଡର ୭ଟି କେନ୍ଦ୍ରରେ ୨୬୫୬ପୁରୁଷ ଓ ୨୩୭୪ମହିଳା, ଭଗିପୁର ପଞ୍ଚାୟତର ୧୫ଟି ୱାର୍ଡର ୫ଟି କେନ୍ଦ୍ରରେ ୧୬୫୧ପୁରୁଷ ଓ ୧୫୫୧ମହିଳା ଏବଂ ବାଆଁରା ପଞ୍ଚାୟତର ୧୩ଟି ୱାର୍ଡର ୧୭୮୪ପୁରୁଷ ଓ ୧୭୩୧ଜଣ ମହିଳା ୪ଟି କେନ୍ଦ୍ରରେ ନିଜର ମତଦାନ କରି ଫେବୃୟାରୀ ୨୨ତାରିଖରେ ନିର୍ଣ୍ଣାୟକ ପ୍ରାର୍ଥୀ ଚୟନରେ ସମର୍ଥ ହେବେ।

prayash

ସୂଚନା ଅନୁଯାୟୀ, ଏହି ଜୋନରେ ୧୩୭ଟି ୱାର୍ଡର ୩୮ହଜାର ୭୮୫ଜଣ ଭୋଟର ୫୮କେନ୍ଦ୍ରରେ ମତଦାନ ପାଇଁ ପ୍ରସ୍ତୁତି ଜୋରଧରିଛି। ଚଳିତ ନିର୍ବାଚନ ପାଇଁ ୩୮ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ବିଜୁ ଜନତା ଦଳର ପ୍ରାର୍ଥୀ ଆଶିଷ କୁମାର ସାହୁ, ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଡମପଡା ଗ୍ରାମର ଅନନ୍ତ ନାରାୟଣ ମିଶ୍ର, ଜାତୀୟ କଂଗ୍ରେସ ଦଳରୁ ଡମପଡା ଗ୍ରାମର ପ୍ରଶାନ୍ତ କୁମାର ମହାନ୍ତି ନିର୍ବାଚନ ମଇଦାନରେ ୩ରାଜନୈତିକ ଦଳର ମଙ୍ଗ ଧରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଲିପଡା ପଞ୍ଚାୟତ ଧରସ ଗ୍ରାମର ନିତ୍ୟାନନ୍ଦ ବେହେରା, ଆମଆଦମି ଦଳ ପକ୍ଷରୁ ପାଟପୁର ଗ୍ରାମର ଶିଶିର କୁମାର ଦାସ ଏବଂ ଓଡିଶା ପ୍ରଗତି ପରିଷଦ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ରଗଡି ପଞ୍ଚାୟତର କୋଟଦ୍ୱାର ଗ୍ରାମରୁ ଦୀପକ କୁମାର ରାଉତ ଯଥାକ୍ରମେ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏବେ ୩ ପ୍ରମୁଖ ଦଳ ପ୍ରଚାର କାର୍ଯ୍ୟ ଯୋର କରିଥିଲା ବେଳେ ଶାସକ ବିଜେଡି ନିଜ ସପକ୍ଷରେ ବହୁ ଆଗରେ ରହିଥିବା ରାଜନୀତି ବିଶାରଦମାନେ ମତ ପ୍ରକାଶ କରିଛନ୍ତି। ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ପୁଷ୍ପାଞ୍ଜଳୀ ପ୍ରଧାନ ଏହି ଜୋନରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ପାର୍ଟିର ଗୀତାଞ୍ଜଳୀ ସାହୁଙ୍କଠାରୁ ବିପୁଳ ଭୋଟରେ ବିଜୟ ଲାଭ କରି ବିଜେଡିର ସ୍ଥାୟିତ୍ୱ ବଜାୟ ରଖିଥିଲେ।

kalyan agarbati

Comments are closed.