www.samajalive.in
Sunday, December 7, 2025
23.1 C
Bhubaneswar

କୁଇ ସମାଜ ସେବା ସମିତି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ କୁଇ ସମାଜ ସେବା ସମିତି ପକ୍ଷରୁ ଜାତିଗତ ପ୍ରମାଣ ପତ୍ରକୁ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ପ୍ରକାରେ, ଖଜୁରୀପଡ଼ା ବ୍ଲକ ଅଞ୍ଚଳର ଜଣେ ଅଣ ଆଦିବାସୀ ସାଙ୍ଗିଆ ପରିବର୍ତ୍ତନ ସହିତ ଜାଲିଆତି କରି କନ୍ଧ ଜାତିଗତ ପ୍ରମାଣପତ୍ର ହାସଲ କରିବା ପାଇଁ ଚେଷ୍ଟା ଚଳାଇଥିବାରୁ ଏହି ସୂଚନା କୁଇ ସମାଜ ସେବା ସମିତି ଷଢମୁଠା ଶାଖା କର୍ମ କର୍ତ୍ତାମାନଙ୍କ ଦୃଷ୍ଟିକୁ ଆସିଥିଲା। ଏହାର ବିହିତ ବିଚାର ପାଇଁ ପୂର୍ବରୁ ମେ’ ୧୩ ତାରିଖ ଦିନ ତହସିଲଦାର ଶୁଭଶ୍ରୀ ରଥ ଓ ରାଜସ୍ବ ନିରୀକ୍ଷକ ମାନସ ରଞ୍ଜନ ସାହୁଙ୍କୁ ଦାବିପତ୍ର ଦିଆଯାଇଥିଲା। ଗୁରୁବାର ଏହାର ପ୍ରତିବାଦରେ ପୁଣି ଥରେ କୁଇ ସମାଜ ସେବା ସମିତି ଖଜୁରୀପଡ଼ା ବ୍ଲକ ପକ୍ଷରୁ ଦୁତୀ ମେଣ୍ଡିସ୍ଥିତ ଆମ୍ବତୋଟାଠାରେ ଗୌତମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ତହସିଲଦାରଙ୍କୁ କନ୍ଧ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ ସମୟରେ ଘୋଷଣା ନାମାପତ୍ରରେ ସରପଞ୍ଚ, ଗ୍ରାମ ସଭ୍ୟ ଦସ୍ତଖତ ସହିତ ଆମର କୁଇ ସମାଜ କର୍ମକର୍ତ୍ତାଙ୍କ ସୁପାରିସ ଦସ୍ତଖତ କ୍ରମେ ଅନୁମୋଦନ କରିବାକୁ ଦାବିପତ୍ର ଦିଆଯାଇଥିଲା।

ତହସିଲଦାର ଏହି ବିଷୟରେ ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନୀରିକ୍ଷକଙ୍କୁ ସୂଚନା ପ୍ରଦାନ କରିବି ବୋଲି ସମାଜ କର୍ମକର୍ତ୍ତାଙ୍କୁ କହିଥିଲେ। ଏଥିରେ ବେଙ୍ଗ୍ରିକିଆ ଶାଖା ସଭାପତି ଗୌତମ ପ୍ରଧାନ, ସମ୍ପାଦକ ଲଳିତ କୁମାର ମଲିକ, ଷଢମୁଠା ଶାଖା ସଭାପତି ଭାଗୀରଥି କହଁର, ସହସମ୍ପାଦକ ଗୋକୁଳ ପାତ୍ର, ଉପସଭାପତି ବିଚିତ୍ର ବୀର୍ଯ୍ୟ ପ୍ରଧାନ, ବାର ପଲ୍ଲୀ ଶାଖା ସଭାପତି କୃଷ୍ଣଚନ୍ଦ୍ର କହଁର, ସମ୍ପାଦକ ପଦ୍ମଚରଣ କହଁର, ରତାବାରୀ ଶାଖା ସଭାପତି ପଙ୍କଜ ମଲିକ, ସମ୍ପାଦକ ରାମ ମାଝୀ, ଗୁଆ ହରିଡା ଶାଖା ସଭାପତି ମସ୍ତରାମ ମଲିକ, ସମ୍ପାଦକ ବିଶ୍ୱପତି ମଲିକ, ବରଗୋଛା ଶାଖା ସହସମ୍ପାଦକ ପ୍ରକାଶ ଦେହୁରୀ, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ, କୁଇ ସମାଜ ଯୁବ ପରିଷଦ ଜିଲ୍ଲା କ୍ରୀଡ଼ା ସଭାପତି ସୁଜିତ୍ କୁମାର ମଲିକ, ଖଜୁରୀପଡା ବ୍ଲକ କୁଇ ସମାଜ ଯୁବ ପରିଷଦ ଉମେଶ ଝାଙ୍କର, ଖଜୁରୀପଡା ବ୍ଲକ ଯୁବ ଉପ ସଭାପତି ଅମର ମଲିକ, ବେଙ୍ଗ୍ରିକିଆ ପୂର୍ବତନ ଉପସଭାପତି ଶରତ କୁମାର କହଁର, ବାକାମେଣ୍ଡି ଉପଶାଖା ସଭାପତି ବନମାଳୀ ପ୍ରଧାନ, ସାନ୍ଦୁମେଣ୍ଡି ଉପଶାଖା ସଭାପତି ଭୃଙ୍ଗରାଜ ମଲିକ, ପୂର୍ଣ୍ଣଚନ୍ଦ୍ର କହଁର, କୁଇ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲାର ଗୋଛାପଡା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହାର କାର୍ଯ୍ୟକାରୀ କରାଯାଉଥିବା ବେଳେ ଖଜୁରୀପଡା ଓ ଫୁଲବାଣୀ ତହସିଲରେ ଏହା କାର୍ଯ୍ୟକାରୀ କରାଯାଉ ନାହିଁ ତେଣୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ଦାବି କରାଯାଇଛି। ଯଦି ଏହା ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରା ନ ଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories