www.samajalive.in
Monday, December 8, 2025
16.1 C
Bhubaneswar

ପ୍ରତିଟି ମାନବ ଜୀବନ ମୂଲ୍ୟବାନ, ପ୍ରଶାସନକୁ ସହଯୋଗ  ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ବାତ୍ୟା ୟସର ମୁକାବିଲା ନେଇ ଆଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ନବୀନ ନିବାସରେ ରହି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି ସେଥିନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି। ଜିରୋ କାଜୁଆଲିଟି ଆମ ସରକାରଙ୍କ ପଲିସି। ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଛନ୍ତି। ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ ।

 

- Advertisement -

ମିଳିଥିବା ସୂଚନା ଅନୁଯାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ନିୟନ୍ତ୍ରଣ କକ୍ଷ ଏବଂ ସାଇକ୍ଲୋନ୍‌ ଡ୍ୟାସ୍‌ ବୋର୍ଡ ସହ ଯୋଗସୂତ୍ର ରକ୍ଷା ପୂର୍ବକ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ହୋଇଥିବାରୁ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବା ଉଚିତ ବୋଲି କହିବା ସହ ସ୍ଥାନାନ୍ତରଣ କାର୍ଯ୍ୟରେ ସହଯୋଗ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ସେ ମଧ୍ୟ ପ୍ରଶାସନକୁ ପରିସ୍ଥିତିକୁ ନିୟମିତ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନାନ୍ତରଣ ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିବାବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବାତ୍ୟାର ସ୍ଥିତି ନେଇ ଏକ ଉପସ୍ଥାପନ ପ୍ରସ୍ତୁତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେହିପରି ଏସଆରସି ପ୍ରଦୀପ ଜେନା ବାତ୍ୟା ୟସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories