www.samajalive.in
Sunday, December 7, 2025
16.1 C
Bhubaneswar

ବାତ୍ୟା ମୁକାବିଲା ପାଇଁ ଶକ୍ତି ମନ୍ତ୍ରୀଙ୍କ ଚତୁର୍ଥସମୀକ୍ଷା ବୈଠକ

ଭୁବନେଶ୍ବର:  ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ର ମୁକାବିଲା ପାଇଁ ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଭିଡି଼ଓ କନଫରେସିଂ ଜରିଆରେ ମଙ୍ଗଳବାର  ଅପରାହ୍ନରେ ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ବାତ୍ୟା ସମ୍ବନ୍ଧରେ ଜାରି କରାଯାଇଥିବା ସଦ୍ୟତମ ତଥ୍ୟଆଧାରରେ ଆସନ୍ତା ୨୦ ତାରିଖ ସକାଳୁ ପୂର୍ବ ଓ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତି ଅଞ୍ଚଳ ଯଥା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓଜଗତସିଂହପୁର ଜିଲ୍ଲାରେ ବାତ୍ୟା ପ୍ରଭାବରୁ ପ୍ରବଳ ବୃଷ୍ଟିପାତ ସହ ଘଣ୍ଟା ପ୍ରତି ୧୦୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବା ବିଷୟ ଅବଗତ କରିଥିଲେ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ନେସ୍କୋ, ସେସୁ ଓ ଓପିଟିସିଏଲ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ସେଠାରେ ଅସ୍ଥାୟୀ ଭାବେ ସ୍ଥାପିତ ହୋଇଥିବା ଷ୍ଟୋର ଗୁଡ଼ିକୁ ପ୍ରେରଣ କରାଯାଇଥିବା ମାନବ ସମ୍ୱଳ ଓ ବୈଦ୍ୟୁତିକ ଯନ୍ତ୍ରପାତି ସମ୍ୱନ୍ଧିୟ ବିବରଣୀ ଉପସ୍ଥାପନ କରିଥିଲେ । ନେସ୍କୋ କର୍ତ୍ତୃପକ୍ଷଙ୍କ ଦ୍ୱାରା ବାତ୍ୟା ସମ୍ଭାବନା ଥିବା ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ସୂରୁପ ବିଦ୍ୟୁତ ଭିତ୍ତିଭୂମି ଥିବା ଅଞ୍ଚଳରେ ଉପଲବ୍ଧ ମାନବସମ୍ୱଳ ବିନିଯୋଗକରି ଆଗୁଆ ଗଛ ଗୁଡ଼ିକରୁ ଡ଼ାଳପତ୍ର ଛେଦନ କରୁଥିବା ବିଷୟ ବୈଠକରେ ଅବଗତ କରାଯାଇଥିଲା । ଅଦ୍ୟାବଧି ନେସ୍କୋ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୧୩୯ ଟି ଗ୍ୟାଙ୍ଗ ପହଞ୍ଚି ନିଜ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟ ୨୧ ଟି ଗ୍ୟାଙ୍ଗ ୱେସ୍କୋଓ ସାଉଥକୋରୁ ଆସି ଯଥାଶିଘ୍ର ଏହି ଅଞ୍ଚଳରେ ପହଞ୍ଚି କାର୍ୟ୍ୟରେ ଯୋଗ ଦେଉଥିବା ବିଷୟ ଅବଗତ କରାଯାଇଥିଲା । ଏମାନଙ୍କ ବ୍ୟତିତ ୪୧ ଜଣ କଣ୍ଟ୍ରାକ୍ଟରଙ୍କୁ ସେମାନଙ୍କର ଗ୍ୟାଙ୍ଗ ସହ ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ନିମନ୍ତେ ନେସ୍କୋ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ ଆଜିସୁଦ୍ଧା ପହଞ୍ଚିବା ପାଇଁ ଯନ୍ତ୍ରୀମୁଖ୍ୟଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି ।

ଓପିଟିସିଏଲ ଦ୍ୱାରା ବାତ୍ୟାରେ କ୍ଷତିଗ୍ରସ୍ତ ହେବା ସମ୍ଭାବନାଥିବା ଭୋଗରାଇ, ବାଲେଶ୍ୱର, ଚାନ୍ଦବାଲି,କେନ୍ଦ୍ରାପଡ଼ା, ଓଳାଭର, ଚନ୍ଦକା ଓ ଭଦ୍ରକ ଠାରେ ଗ୍ରିଡ଼୍ ଓ ତତ୍ ସଂଲଗ୍ନ ଲାଇନ ଓ ଟାୱାର ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ୱଳ ନିୟୋଜିତ କରାଯାଇଛି । ଏସବୁ ଅଞ୍ଚଳରେ ତୁରନ୍ତ ଟାୱାର ମରାମତି ପାଇଁ ଆବଶ୍ୟକ ERS (Emergency Restoration System)ଟାୱାର ଚନ୍ଦକା ଠାରେ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳରେ ବିକଳ୍ପ ସୁତ୍ରରୁ ଅସ୍ଥାୟୀ ଭାବେ ଯଥାଶିଘ୍ର ବିଦ୍ୟୁତ ସଂଯୋଗ ଦେବାକୁ ଶକ୍ତି ବିଭାଗର ପ୍ରମୁଖ ସଚିବ ପରାମର୍ଶ ଦେଇଥିଲେ । ଆସନ୍ତା କାଲି ୨୦.୦୫.୨୦୨୦ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଲ୍ୟାଣ୍ତଫଲ ସମ୍ଭାବନା ଥିବାରୁ ୱେସ୍କୋଓ ସାଉଥକୋରୁ ଆସି ନେସ୍କୋ ଅଞ୍ଚଳରେ କାର୍ୟ୍ୟରେ ଯୋଗ ଦେବାକୁ ଥିବା ମାନବ ସମ୍ୱଳ ଯେପରି ଆସନ୍ତା କାଲି ସୁଦ୍ଧା ସଂପୃକ୍ତ ନେସ୍କୋ କର୍ତ୍ତୃପକ୍ଷଙ୍କ ନିକଟରେ ଯୋଗଦେବେ ତାହା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଅପସରି ଯିବା ପରେ ଆସନ୍ତା ୨୧.୦୫.୨୦୨୦ ପ୍ରାତଃ ସମୟରୁ ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ୟ୍ୟରେ ନିୟୋଜିତ ଅଧିକାରୀ ଓ ଗ୍ୟାଙ୍ଗ ସମ୍ପୂର୍ଣ୍ଣ ଭାବେ ସଜାଗ ଓ ପ୍ରସ୍ତୁତ ରହି କାର୍ୟ୍ୟ ସମନ୍ୱିତ ତଥା ତ୍ୱରାନ୍ୱିତ ଢଙ୍ଗରେ ସମାପନ କରିବାକୁ ମାନ୍ୟବର ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories