www.samajalive.in
Tuesday, December 9, 2025
15.1 C
Bhubaneswar

ଆସୁଛି ବାତ୍ୟା ‘ୟାସ’: ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସାମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। ଆଜି ପୁଲିସ, ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଅଧିକାରୀଙ୍କ ସହ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଆଲୋଚନା କରିଛନ୍ତି।
ସମ୍ଭାବ୍ୟ ବାତ୍ୟା ନେଇ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ ସମୁଦ୍ରରୁ ଅଧିକାଂଶ ମତ୍ସ୍ୟଜୀବୀ ଚାଲି ଆସିଲେଣି। ଏବେ କେବଳ ୩୯ଜଣ ସମୁଦ୍ରରେ ଅଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ସବୁ ଆସିଯିବେ। କୋଷ୍ଟଗାର୍ଡର ୨ଟି ବିମାନ ଓ ୨ଟି ଜାହାଜ ସମୁଦ୍ରରେ ପଇଁତରା ମାରୁଛନ୍ତି। ଉଦ୍ଧାର କାର୍ଯ୍ୟପାଇଁ ଭାରତୀୟ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି। ଏବେ ୧୭ଟି ଏନ୍‌ଡିଆର୍‌ଏଫ୍‌ ଓ ୨୦ ବାଟାଲିୟନ ଓଡ୍ରାଫ ପ୍ରସ୍ତୁତ ଅଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀକୁ ଅଧିକରୁ ଅଧିକ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଚାଲିଛି। କୋଭିଡ ଗାଇଡଲାଇନ ମାନି ଯେମିତି ଲୋକଙ୍କୁ ରଖାଯିବ, ସେଥିନେଇ ବ୍ୟବସ୍ଥା ହେଉଛି। ବାତ୍ୟା ହେଲେ ଆମେ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି ଏସ୍‌ଆର୍‌ସି ପ୍ରକାଶ କରିଛନ୍ତି।


ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ମେ’ ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ। ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ତାହାର ଗତି, ବେଗ, ତିବ୍ରତା କେତେ ରହିବ ତାହା ଭାରତୀୟ ପାଣିପାଗ ବିଭାଗ କହିନାହିଁ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଓଡ୍ରାଫ, ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଉଛି। ଗୁଜୁରାଟ ଯାଇଥିବା ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ ଆଜି ଓଡ଼ିଶା ଫେରି ଆସିବେ। ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଛଡ଼ା ଯାଉନାହିଁ। ଯିଏ ଅଛନ୍ତି ସେମାନେ ଫେରି ଆସିବେ। ଯେଉଁ ମାଛଧରା ବୋଟ ଅଛନ୍ତି ସେମାନଙ୍କୁ କୋଷ୍ଟଗାର୍ଡ ଫେରାଇ ଆଣୁଛନ୍ତି। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି। ୨୪ସୁଦ୍ଧା ନ ଖୋଲିଲେ ପୌର କର୍ମଚାରୀ ଜୋର କରି ଖୋଲିନେବେ ବୋଲି ଏସ୍‌ଆର୍‌ସି ଆି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories