ଉପକୂଳ ଅତିକ୍ରମ କଲା ବାତ୍ୟା ‘ଗୁଲାବ’

ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ‘ଗୁଲାବ’। କଳିଙ୍ଗପଟନମଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ‘ଗୁଲାବ’। ଆସନ୍ତା ୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ଗୁଲାବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବ। ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ।
ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା। ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଗୁଲାବ।

 

prayash

ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିଲୋମିଟର ବେଗରରେ ପବନ ବହୁଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନାହିଁ କିମ୍ବା କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ। ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେଉଥିବା ଜଣାପଡ଼ିଛି। ଶ୍ରୀକାକୁଲମରୁ କୋରାପୁଟକୁ ପ୍ରବେଶ କରିବ ବାତ୍ୟା ଗୁଲାବ। ଏହାର ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ପବନର ବେଗ କମିବ ଏବଂ ଓଡ଼ିଶାରେ ୫୦ରୁ ୬୦ କିଲୋମିଟର ବେଗରରେ ପବନ ବହିବ। ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

kalyan agarbati

Comments are closed.