www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ଗୁଲାବ ପ୍ରଭାବରେ କାଶୀପୁର ବ୍ଲକରେ ଆଂଶିକ କ୍ଷୟକ୍ଷତି

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ବାତ୍ୟା ଗୁଲାବ ପ୍ରଭାବରେ ରବିବାର ସନ୍ଧ୍ୟା ଠାରୁ ବର୍ଷା ସହ ପବନ ଲାଗିରହିଛି । ଏହାର ପ୍ରଭାବରେ କାଶୀପୁର ବ୍ଲକର କେତେକ ସ୍ଥାନରେ ମାଟି ଘର ଗୁଡାକ ଭାଙ୍ଗିପଡିଥିବା ବେଳେ କାଶୀପୁର ଠାରୁ ସୁଙ୍ଗେର ଦେଇ ଭବାନିପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡି ରହିଥିଲା। ଫଳରେ କାଶୀପୁର ଠାରୁ ଭବାନୀପାଟଣା ମୁଖ୍ୟ ରାସ୍ତା ବନ୍ଦ ହୋଇ ରହିଥିଲା। ଖବର ପାଇ ଘଟଣା ସ୍ଥଳକୁ କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରି ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ସହ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତାରୁ ଗଛ କାଟି ରାସ୍ତା ସଫା କରିଥିଲା। ଏହା ସହ କାଶୀପୁର ବ୍ଲକର ଅନେକ ସ୍ଥାନରେ ଗଛ ଗୁଡିକ ଭାଙ୍ଗିଯାଇଥିବା ବେଳେ କାଶୀପୁର ଅଗ୍ନିଶମ ବିଭାଗ କର୍ମଚାରି ପହଞ୍ଚି ଗଛ କାଟି ସଫା କରିଥିବା ସୂଚନା ମିଳିଛି। ଅପର ପକ୍ଷରେ କାଶୀପୁର ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟାକୁ ଦୃଷ୍ଟିରେ ରଖି କାଶୀପୁର ବ୍ଲକର ୧୯୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।  ବ୍ଲକ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ସମସ୍ତ ଅଧିକାରିଙ୍କୁ ନିଜ ନିଜ ସ୍ଥାନରେ ରହି ସମସ୍ତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଜି ସମସ୍ତ ଅଞ୍ଚଳକୁ କାଶୀପୁର ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକ, କାଶୀପୁର ତହସିଲଦାର ଶରତ ଶବର ସମସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।ଏନେଇ କାଶୀପୁର ତହସିଲଦାର ଶରତ ଶବରଙ୍କୁ ଯୋଗାଯୋଗ କରିବାରୁ, ଆମ ନିକଟରେ ଦୁଇଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରେ ଅଧିକାରି ମାନେ ତୁରନ୍ତ ପହଞ୍ଚି ସହାୟତା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories