www.samajalive.in
Tuesday, December 9, 2025
15.1 C
Bhubaneswar

ଅନ୍‍ଲାଇନ୍‌ରେ ବିଦ୍ୟୁତ୍‍ ହେବ ସେବା ଯୋଗାଣ କାର୍ଯ୍ୟ, ସବୁ ବିତରକ କମ୍ପାନୀଙ୍କ ପାଇଁ ଗୋଟିଏ ପୋର୍ଟାଲ୍‍

ଭୁବନେଶ୍ୱର: ୫ଟି ସିଦ୍ଧାନ୍ତ କାର୍ଯ୍ୟାନ୍ୱୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ବିଜୁଳି ସଂଯୋଗ ଓ ବିଦ୍ୟୁତ୍‍ ସେବା ଯୋଗାଣ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଖୁବ୍‍ ଶୀଘ୍ର ଅନ୍‍ଲାଇନ୍‍ ବ୍ୟବସ୍ଥା ମାଧ୍ୟମରେ କରାଯିବ। ଏଥିପାଇଁ ଶକ୍ତିବିଭାଗଙ୍କ ପ୍ରଚେଷ୍ଟାରେ ଏକ ଅନ୍‍ଲାଇନ୍‍ ପୋର୍ଟାଲ୍‍ ପ୍ରସ୍ତୁତ କରାଯାଉଛି। ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କ ଅଧ୍ୟତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‍ ମୋଡ୍‍ରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ଶଚିବ ନିକୁଞ୍ଜବିହାରୀ ଧଳ ସମୟାନୁବନ୍ଧିତ ଭାବେ ଉତ୍ତମ ବିଜୁଳି ସେବା ଯୋଗାଣରେ ପୋର୍ଟାଲ୍‍ର ପ୍ରୟୋଜନିୟତା ବିଷୟରେ ଆଲୋଚନା କରିଥିଲେ।
ପୋର୍ଟାଲ୍‍ର ବିଭିନ୍ନ ଦିଗକୁ ବିଚାର କରି ସାଧାରଣ ଲୋକଙ୍କ ନିମନ୍ତେ ଏହାକୁ ଅଧିକ ସରଳ ଓ ସୁଗମ କରାଯିବା ଉଚିତ୍। ପୋର୍ଟାଲ୍‍ରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ସନ୍ନିବଶିତ କରିବା ସହ ଏହି ସାଧାରଣ ପୋର୍ଟାଲ୍‍ ମାଧ୍ୟମରେ ସେବା ଯୋଗାଇବା ପାଇଁ ନିଜ ନିଜର ବ୍ୟବସ୍ଥାକୁ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ୪ଟି ବିତରକ କମ୍ପାନୀମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଥିଲେ।
ସମୀକ୍ଷାରୁ ଜଣଶପଡ଼ିଥିଲା ଯେ ଏହି ପୋର୍ଟାଲ୍‍ରେ ବିଦ୍ୟୁତ୍‍ ସଂଯୋଗ ଦେୟ ସବୁ ବିତରକ କମ୍ପାନୀ ଅଞ୍ଚଳରେ ସମାନ ହେବ। ବିଦ୍ୟୁତ୍‍ ଭିତ୍ତିଭୂମି ଥିବା ଅଞ୍ଚଳରେ ଘରୋଇ ଏବଂ ୫ କିଲୋୱାଟ୍‍ ପର୍ଯ୍ୟନ୍ତ ଅଣୁ ଉଦ୍ୟୋଗ ଉପଭୋକ୍ତମାନଙ୍କୁ ୪୮ଘଣ୍ଟା ମଧ୍ୟରେ ବିଦ୍ୟୁତ୍‍ ସଂଯୋଗ ଦିଆଯିବ। ବିଦ୍ୟୁତ୍‍ ସଂଯୋଗ ସମ୍ବନ୍ଧିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ଉପଭୋକ୍ତା ଏବଂ ସମ୍ପୃକ୍ତ ବିତରକ କମ୍ପାନୀର ଅଧିକାରୀଙ୍କୁ ଏସ୍‍ଏମ୍‍ଏସ୍‍ ପଠାଯିବ। ଅନ୍‍-ଲାଇନ୍‍ରେ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ ଚୁକ୍ତିପତ୍ର, ବିଲ୍‍ ଆଦି ସେହି ପୋର୍ଟାଲ୍‍ ମାଧ୍ୟମରେ ମିଳିବ ଏବଂ ସେଥିରେ ବିଲ୍‍ ପୈଠର ସୁବିଧା ମଧ୍ୟ ରହିବ। ଉପଭୋକ୍ତାମାନଙ୍କ ଦ୍ୱାରା ଅଭିଯୋଗ ଦାଖଲ ଏବଂ ସେସବୁର ଆଶୁ ସମାଧାନ ପାଇଁ ପୋର୍ଟାଲ୍‍ରେ ସ୍ୱତନ୍ତ୍ର ସୁବିଧା ରହିବ।
ଏହି ସମୀକ୍ଷା ବୈଠକରେ ଗ୍ରୀଡ୍‍କୋର ଅଧ୍ୟକ୍ଷ ସୌରଭ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗ୍ରୀଡ୍‍କୋର ଅର୍ଥ ନିର୍ଦେଶକ ଗଗନ ସ୍ୱାଇଁ, ଓପିଟିସିଏଲ୍‍ର ବରିଷ୍ଠ ସାଧାରଣ ପରିଚାଳକ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories