www.samajalive.in
Sunday, December 7, 2025
18.1 C
Bhubaneswar

ବଲାଙ୍ଗୀର ଜିଲ୍ଲା ପରିଦର୍ଶନ କଲେ ଫାଇଭ ଟି ଉଚ୍ଚସ୍ତରୀୟ ଦଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ବିଭାଗ ମୁଖ୍ୟ ସଚିବ ଅନୁ ଗର୍ଗ, ଏନ୍ଏଚ୍ଏମ୍ ମିଶନ୍ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ ଆଜି ବଲାଙ୍ଗୀର ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏବେ ଜଲ୍ଲାର ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଚୀବଗଣ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉଚ୍ଚସ୍ତରୀୟ ଅନୁଧ୍ୟାନକାରୀ ଦଳ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ବାଲାଙ୍ଗୀର ପିପି ଏକାଡେମୀ ଏବଂ ବିଭିନ୍ନ ବିଦ୍ୟାଳୟ ଅପ-ଗ୍ରେଡେସନ୍ ପ୍ରକଳ୍ପ ଯାଞ୍ଚ କରିଥିଲେ। ସେମାନେ ଛାତ୍ର, ଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ।

- Advertisement -

ଆଜିର ସାମିଲଷରୁ ଜଣାପଡିଛି ଯେ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୨୪ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍, ସାଇନ୍ସ ଲାବୋରେଟୋରୀ, ଇ-ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ଉନ୍ନତ ସୁବିଧା ଭଳି ଆଧୁନିକ ସୁବିଧା ଖୁବ ଶୀଘ୍ର ଉପଲବ୍ଧ ହେବ। ଏହି ବିଦ୍ୟାଳୟଗୁଡିକ ଫାଇଭ ଟି ଯୋଜନା ମୁତାବକ କାର୍ଯ୍ୟ କରୁଛନ୍ତି। ଏହି ଦଳ ପାଥର୍ସେପାସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଗତ କିଛି ବର୍ଷ ଧରି ବିଦ୍ୟାଳୟର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରି ଅଧିକାରୀମାନେ ସମସ୍ତ ପ୍ରକଳ୍ପରେ କାର୍ଯ୍ୟର ଗୁଣବତ୍ତା ନିଶ୍ଚିତ କରିବାକୁ କହିଥିଲେ। ସେମାନେ ତରଳ ମେଡିକାଲ ଅମ୍ଳଜାନ କାରଖାନା ଏବଂ ପିଏସଏ ପ୍ଲାଣ୍ଟ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ନିର୍ମାଣାଧୀନ ଆଟେଣ୍ଡାଣ୍ଟ ରେଷ୍ଟ ଶେଡ, ଆହାର କେନ୍ଦ୍ର, କୋଭିଡ ୱାର୍ଡ ପ୍ରସ୍ତୁତି, ଶିଶୁ ଆଇସିୟୁ ସୁବିଧା ଏବଂ ଅମ୍ଳଜାନ ଯୋଗାଣ ବ୍ୟବସ୍ତା ପରିଦର୍ଶନ କରିଥିଲେ।

ଜିଲ୍ଲାରେ କୋଭିଡର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ବିଷୟରେ ଏହି ଉଚ୍ଚସ୍ତରୀୟ ଦଳ ମଧ୍ୟ ସମୀକ୍ଷା କରିଥିଲେ। ସେମାନେ ବଲାଙ୍ଗୀରର ୬୫୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସପିଟାଲ ନିର୍ମାଣ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପକୁ ଠିକ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଏହି ଟିମ୍ ସେଠାରେ ଇଏସଏସ କୋଠା, ସର୍ଭିସ୍ ବ୍ଲକ୍, ମେଡିକାଲ୍ ଗ୍ୟାସ୍ ପାଇପ୍ ଲାଇନ୍ ବ୍ୟବସ୍ତା, ସିଙ୍ଗଲ୍ ବେଡ୍ ରୁମ୍ ଅଣ-ଶିକ୍ଷାଦାନ ନିବାସ ଏବଂ ନର୍ସ ହଷ୍ଟେଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ।

ଏହି ଟିମ୍ ଗୁରୁତ୍ୱପୂର୍ଣ୍ଣ ଲୋୟର ସୁକେଲ୍ ଜଳସେଚନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଡ୍ୟାମ୍ ଏବଂ ସ୍ପିଲୱେ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ୨୦୧୨ ଜୁନ୍ ସୁଦ୍ଧା ସ୍ପିଲୱେ ପାଇଁ କାର୍ଯ୍ୟ ସମାପ୍ତ କରିବାକୁ ଏହି ଉଚ୍ଚସ୍ତରୀୟ ଦଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଏହି ଉଚ୍ଚସ୍ତରୀୟ ଟିମ୍ ସାଇନ୍ସ ପାର୍କ ଏବଂ ପ୍ଲାନେଟେରିୟମ୍, ନୂଆ ବସ୍ ଟର୍ମିନାଲ୍, ବାଲାଙ୍ଗୀର ବାଇ-ପାସ୍, ମହାରାଣୀ ସାଗର ଟ୍ୟାଙ୍କ ଏବଂ ବିଭିନ୍ନ ପାନୀୟ ଜଳ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ବଲାଙ୍ଗୀର ବାଇପାସ୍ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉଚ୍ଚ ସ୍ତରୀୟ ଦଳର ଗସ୍ତ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ପୁଲିସ ଅଧୀକ୍ଷକ ନିତିନ କୁଶଲକର ଏବଂ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories