QNETIC – Mobile

ବୈତରଣୀ ନଦୀକୂଳରୁ ଗାଈକୁ ଝାମ୍ପିନେଲା କୁମ୍ଭୀର; ଭୟଭୀତ ନଦୀକୂଳିଆ ଗ୍ରାମବାସୀ

ଆରଡି: ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡା ଗାଁରେ ମଙ୍ଗଳବାର ମଧ୍ୟାହ୍ନ ୧ଟା ସମୟରେ ବୈତରଣୀ ନଦୀକୂଳରୁ ଏକ ଗାଈକୁ ଝାମ୍ପି ନେଇଛି ହିଂସ୍ର କୁମ୍ଭୀର। ନଦୀକୂଳରେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଥି ସାଙ୍ଗହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫/୧୬ ଫୁଟ ଲମ୍ବର ଏକ କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ପ ମାରିବା ସହ ମଝି ନଈକୁ ନେଇଯାଇଥିଲା। କୁମ୍ଭୀର କିଛି ସମୟ ଧରି ମଝି ନଈରେ ତାଣ୍ଡବ ରଚିବା ସହ ଗାଈଟିକୁ ଓଲଟପାଲଟ କରି ଖାଇଥିଲା। ଏପରି ଘଟଣା ଘଟିବା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ ହାଲ୍ଲା କରିବା ସହ ଇଟା ପଥର ଫିଙ୍ଗିଥିଲେ କୁମ୍ଭୀର ଉପରକୁ। ହେଲେ କୁମ୍ଭୀର ଏତେ ହିଂସ୍ର ଥିଲା ଯେ, ନଦୀ ମଝିରେ ଗାଈକୁ ଝୁଣିଝୁଣି ଖାଇ ଚାଲିଥିଲା। ଏପରି ଘଟଣା ଘଟିବା ପରେ ବୈତରଣୀ ନଦୀକୂଳକୁ ଲାଗି କରିଥିବା ଷାଠିବାଙ୍କୁଡା ଗାଁ ସହ ଅମୃତମଣୀ, ବୋଡକ ଏବଂ ଓଳଗ ଗାଁରେ ଭୟର ବାତାବରଣ ଦେଖାଦେଇଛି। ଏଥିସହ ଏପରି ଦୃଶ୍ୟ ଦେଖିବା ପାଇଁ ନଦୀକୂଳରେ ଶହଶହ ଗାଁ ଲୋକ ଭିଡ ଜମାଇଥିଲେ।

Comments are closed.