www.samajalive.in
Monday, November 17, 2025
17.1 C
Bhubaneswar

SI ନିଯୁକ୍ତି ଜାଲିଆତି; ମାଷ୍ଟର ମାଇଣ୍ଡ ମୁନା ର କଳାପଥରସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍, ସୁରାକ ମିଳିଥିବା ସୂଚନା

କଳାପଥର: ଏସ.ଆଇ ନିଯୁକ୍ତି ଜାଲିଆତି ଘଟଣାରେ ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ମୁନା ମହାନ୍ତି ଗିରଫ ପରେ ତାର ବାଙ୍କୀ କଳାପଥର ତଳସାହି ସ୍ଥିତ ବାସଭବନ କ୍ରାଇମବ୍ରାଞ୍ଚର ଛାନଭିନ୍ । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ଅଚାନକ ପହଁଚି ବିଭିନ୍ନ ଦିଗକୁ ନେଇ ଛାନଭିନ କରିଛି ।ମୁନା ଓ ତାର ଘନିଷ୍ଠ ସହଯୋଗୀଙ୍କୁ ଶୁକ୍ରବାର ଦଶପଲ୍ଲା ଅଂଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଯାହା କ୍ରାଇମବ୍ରାଞ୍ଚର ଡିଜି ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ମୁନା ଅଷ୍ଟମ ଫେଲ୍ ପରେ ଗାଁ ରେ ଗଞ୍ଜେଇ ବିକୁଥିଲା । ପରେ ଭୁବନେଶ୍ୱର ଚାଲିଯାଇ ଚା ଦୋକାନ ଚଳାଇବା ବାହାନାରେ ଗଞ୍ଜେଇ ସହ ପାଉଡର ବିକିଲା । ବଡ଼ ବଡ଼ିଆ ଲୋକଙ୍କ ପରିଚିତ ହେଲା । ପ୍ଲଟ ଦଲାଲ, ପୁରୁଣା ଗାଡ଼ି କିଣା ବିକା, ଚୋରା ବାଲି ବ୍ୟବସାୟ, କରୋନା ସମୟରେ ଆନ୍ଧ୍ରପ୍ରଦେଶ ବାଲି ଚାଲାଣ, କଳାପଥର, ବାଙ୍କୀ, ଆଠଗଡ଼ ଅଂଚଳ ରେ ଚୋରା ଦେଶୀ ମଦ ବ୍ୟବସାୟ ଆଦି କାର୍ଯ୍ୟରେ ଲିପ୍ତ ଥିଲା । ପରେ ଦାମୀ ଗାଡ଼ି ଚଢିବା ଓ ଅୟସ ଆରାମ ଜିନ୍ଦେଗୀ ଜିଇଁବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ ।
ମୁନା ଗାଁରେ ପାତିଆର ଦେଖାଉଥିବା ବେଳେ ଯାନୀ ଯାତ୍ରାରେ ଟଙ୍କା ପାଣି ପରି ଖର୍ଚ୍ଚ କରୁଥିବା ସୂଚନା ମିଳିଛି ।
କ୍ରାଇମବ୍ରାଞ୍ଚ ଛାନଭିନରେ ବିଭିନ୍ନ ସାର୍ଟିଫିକେଟ, କାଗଜପତ୍ର ହାତରେ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୁନାର ମା ଉପସ୍ଥିତ ଥିଲେ ।  ଚଢ଼ାଉରେ କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ ସହ ବୈଦେଶ୍ଵର ପୋଲିସ ସାମିଲ ଥିଲା ।

Hot this week

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

Related Articles

Popular Categories