www.samajalive.in
Sunday, December 7, 2025
23.1 C
Bhubaneswar

କ୍ବାରେଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାର କାର୍ୟ୍ୟକ୍ରମ ରହିଛି। ତେବେ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ଦଳ ଯଦି ଅଷ୍ଟ୍ରେଲିଆ ଗସ୍ତରେ ଯାଏ ତେବେ କ୍ରିକେଟର୍‌, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ନିୟମ ଅନୁଯାୟୀ ୧୪ ଦିନିଆ କ୍ବାରେଣ୍ଟାଇନ୍‌ (ସଙ୍ଗରୋଧ)ରେ ରହିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଯାଇ ସେଠାରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ଭାରତୀୟ କ୍ରିକେଟର୍‌ମାନେ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ୍‌। ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଭାରତୀୟ କ୍ରିକେଟର୍‌ଙ୍କୁ ନିୟମାନୁଯାୟୀ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏହାଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଧୁମଲ୍‌ ସ୍ପଷ୍ଟ କରି ଦେଇଛନ୍ତି। ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ଏତେଟା କଷ୍ଟକର ନୁହେଁ ବୋଲି ଧୁମଲ୍‌ ମତ ଦେଇଛନ୍ତି।

ସୂଚନାଥାଉକି କରୋନା ଭୂତାଣୁ ସଂକ୍ରମଣଜନିତ କାରଣରୁ ଅଷ୍ଟ୍ରେଲିଆର ଅନେକ କ୍ରିକେଟ୍ ସିରିଜ୍‌ ବନ୍ଦ ରହିଥିବାରୁ ସେଠାକାର କ୍ରିକେଟ୍ ବୋର୍ଡ (କ୍ରିକେଟ୍‌ ଅଷ୍ଟ୍ରେଲିଆ) ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ସିରିଜ୍‌ ଆୟୋଜିତ ହେଲେ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ବହୁ ଅର୍ଥ ମିଳିବାର ସମ୍ଭାବନା ରହିଛି। ତେଣୁ ଏହି ସିିରିଜ୍ ଆୟୋଜନ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ସବୁପ୍ରକାର ଉଦ୍ୟମ ଆରମ୍ଭ କରିଛି। ଦୁଇ ଦଳ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ଖେଳସୂଚୀ ରହିଥିବା ବେଳେ ଏଥିରେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍‌କୁ ସାମିଲ କରିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରୟାସ କରୁଛି। ଏ ସଂପର୍କରେ ମତ ଦେଇ ଧୁମଲ୍‌ କହିଛନ୍ତି ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯିବ କି ନାହିଁ ସେ ସଂପର୍କରେ ବର୍ତ୍ତମାନ ଠାରୁ କିଛି କୁହାଯାଇ ପାରିବ ନାହିଁ। ତେବେ ଟେଷ୍ଟ ମ୍ୟାଚ୍‌ ଅପେକ୍ଷା ଦିନିକିଆ ମ୍ୟାଚ୍‌ ଆୟୋଜନ ଲାଭଦାୟକ। ଦିନିକିଆ ମ୍ୟାଚ୍‌ରୁ ଟେଷ୍ଟ ମ୍ୟାଚ୍‌ ଅପେକ୍ଷା ଅଧିକ ଅର୍ଥ ମିଳିପାରିବ।

- Advertisement -

ଅନ୍ୟପକ୍ଷରେ ଚଳିତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ କି ନାହିଁ ସେ ସଂପର୍କରେ ବର୍ତ୍ତମାନ ଠାରୁ କିଛି କୁହାଯାଇ ପାରିବ ନାହିଁ ବୋଲି ଧୁମଲ୍‌ ସ୍ପଷ୍ଟ କରି ଦେଇଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ସଂପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି), ଆୟୋଜକ କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେବେ। ଯଦି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜିତ ହୁଏ ତେବେ ଏଥିରେ ଭାଗ ନେବାକୁ ଅଷ୍ଟ୍ରେଲିଆ ଆସିବାକୁ ଥିବା ବିଭିନ୍ନ ଦେଶର କ୍ରିକେଟର୍‌ଙ୍କୁ ୧୪ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିପାରେ। ଏ ସଂପର୍କରେ ବିସିସିଆଇ ତରଫରୁ କୌଣସି ମତ ଦେବା ଉଚିତ୍‌ ହେବ ନାହିଁ। ଅନ୍ୟପକ୍ଷରେ କ୍ରିକେଟ୍‌ ବିଶ୍ବକପ୍‌ ନିମନ୍ତେ ଯଦି ଭାରତ ସମେତ ଅନ୍ୟାନ୍ୟ ଦେଶର କ୍ରିକେଟର୍‌ଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡେ ତେବେ ପରବର୍ତ୍ତୀ ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟର୍‌ଙ୍କୁ ପୁନର୍ବାର କ୍ବାରେଣ୍ଟାଇନ୍‌ରେ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ଧୁମଲ୍‌ ସ୍ପଷ୍ଟ କରି ଦେଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories