www.samajalive.in
Sunday, December 7, 2025
14.1 C
Bhubaneswar

ବାଣ ଦୋକାନ ଉପରେ ଚଢାଉ, ୫୦ ଲକ୍ଷ ଟଙ୍କାର ବାଣ ଜବତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବେଆଇନ ଭାବେ ବିକ୍ରୟ ହେଉଥିବା ଦୁଇଟି ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚଢାଉ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ ଗୋଟିଏ ଦୋକାନରୁ ୩୦ ଲକ୍ଷ ଓ ଅନ୍ୟ ଏକ ଦୋକାନରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି। ଉକ୍ତ ଦୋକାନଗୁଡିକରେ ବେଆଇନ ଭାବେ ବାଣ ଗଚ୍ଛିତ ରହିଥିବାର ସୂଚନା ପାଇ ପୁଲିସ ପକ୍ଷରୁ ଚଢାଉ କରିଥିଲା।

ପାରଳାଖେମୁଣ୍ଡି-ରାଣୀପେଣ୍ଠ ରାସ୍ତାରେ ରହିଥିବା ରେଲିସାହି ମୌଜାର ଦୁଇଟି ଦୋକନ ଉପରେ ଏହି ଚଢାଉ ହୋଇଥିଲା। ଏ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୧୯ ଏବଂ ୩୨୦/୨୦୨୫ରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ଚଢାଉ ବେଳେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ସମେତ ପାରଳାଖେମୁଣ୍ଡି ଆଦର୍ଶ ଥାନାର ବହୁ ପୁଲିସ ଅଧିକାରୀ ମାନେ ସାମିଲ ଥିଲେ। ତେବେ ବେଆଇନ ଭାବେ ଯେଉଁଠାରେ ମଧ୍ୟ ବାଣ ବିକ୍ରୟ କିମ୍ବା ଗଚ୍ଛିତ ରହିଥିବ ଏହିପରି ଚଢାଉ ଜାରି ରହିବ ବୋଲି ଆରକ୍ଷୀ ଅଧୀକ୍ଷକ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories