www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଥମ ଥର ସ୍ବାଧୀନତା ଦିବସ ପାଳିବ ସିପିଆଇ(ଏମ୍‌)

ନୂଆଦିଲ୍ଲୀ: ‘ୟେ ଆଜାଦୀ ଝୁଟା ହୈ’ ବା ସ୍ବାଧୀନତା ମିଛ ବୋଲି କହି ୧୯୬୪ରୁ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରୁ ନ ଥିବା କିମ୍ବା ସ୍ବାଧୀନତା ଦିବସ ପାଳନ କରୁ ନ ଥିବା ସିପିଆଇ(ଏମ୍‌) ପ୍ରଥମ ଥର ପାଇଁ ଚଳିତ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୧୫ରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ବର୍ଷ ତମାମ ଦଳ ଭାରତ ସ୍ବାଧୀନତା ସଂଗ୍ରାମର ବାସ୍ତବ ଇତିହାସ ସମ୍ପର୍କରେ ପୁନଃ ଜାଗରଣ ଓ ଏଥିରେ ବାମପନ୍ଥୀଙ୍କ ଭୂମିକା ପାଇଁ ଏହି ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଉତ୍ସବ ଅବସରରେ ବିତର୍କ, ପୁସ୍ତିକା ବଣ୍ଟନ ଓ ସମ୍ମିଳନୀ ଆୟୋଜନ ଆଦି କରାଯିବା କାର୍ଯ୍ୟକ୍ରମ ରହିଛି।

‘ଭାରତ ଚିନ୍ତନ’ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ନିଜ ନୀତି ଓ ଆଦର୍ଶରେ ପରିବର୍ତ୍ତନ ଆଣୁଥିବା ଦଳ ପକ୍ଷରୁ କୁହାଯାଇଛି। ଦଳ​‌‌ ନୀତିରେ ଜାତୀୟ ପତାକା ଉତ୍ତୋଳନ କରା ନ ଯିବା ନେଇ କୌଣସି ନିୟମ ନାହିଁ ବୋଲି ମଧ୍ୟ ଦଳ ସ୍ପଷ୍ଟ କରିଛି। ସୋମବାର ଅନୁଷ୍ଠିତ ଦଳର କେନ୍ଦ୍ରୀୟ କମିଟି ବୈଠକରେ ଏଥିପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ପଲିଟିବ୍ୟୁରୋ ସଦସ୍ୟ ନୀଳୋତ୍ପଳ ବସୁ। ବାସ୍ତବରେ ୧୯୪୮ରେ ତତ୍କାଳୀନ ସିପିଆଇ ଭାରତର ସ୍ବାଧୀନତାକୁ ମିଛ ବୋଲି ବର୍ଣ୍ଣନା କରିଥିଲା। ସେବେଠାରୁ ସିପିଆଇ ସ୍ବାଧୀନତା ଦିବସ ଉତ୍ସବ ଦଳୀୟସ୍ତରରେ ଆୟୋଜନ କରେ ନାହିଁ କିମ୍ବା କୌଣସି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରି ନାହିଁ। ପରେ ସିପିଆଇରୁ ଅଲଗା ହୋଇ ୧୯୬୪ରେ ସିପିଆଇ(ଏମ୍‌) ଗଠିତ ହୋଇଥିଲା। ଏହି ଦଳ ମଧ୍ୟ ସମାନ ନୀତି ଅାପଣାଇଥିଲା। ସମ୍ପ୍ରତି ଭାରତରେ ସାମ୍ୟବାଦର ବିଲୋପ ଘଟୁଥିବାବେଳେ କମ୍ୟୁନିଷ୍ଟ (ସାମ୍ୟବାଦୀ)ମାନଙ୍କର ଦୁରବସ୍ଥା ନୀତି ଆଦର୍ଶରେ ସଂଶୋଧନ ପାଇଁ ବାଧ୍ୟ କରିଥିବା କୁହାଯାଉଛି। ପରିସ୍ଥିତିର ବାଧ୍ୟବାଧକତାରେ ନିଜର ଓ ଦଳର ସ୍ଥିତି ରକ୍ଷା ପାଇଁ ଜାତୀୟତାବାଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ବରିଷ୍ଠ ନେତା କାଞ୍ଚନ ଗୁପ୍ତା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories