ପାଠାଗାର ବିକାଶ ପାଇଁ ୨୫୦୦ କୋଟି ଅନୁଦାନ, ଗ୍ରାମାଞ୍ଚଳକୁ ଗୁରୁତ୍ବ
ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠାଗାର ସମ୍ପର୍କିତ ଜାତୀୟ ମିଶନର ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପରିଜା ପାଠାଗାର ଏବଂ କେନ୍ଦ୍ର ସଂସ୍କୃତି ବିଭାଗର ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ପକ୍ଷରୁ ସାର୍ବଜନୀନ ପାଠାଗାର ବ୍ୟକ୍ତିଙ୍କ ପାଇଁ ପାଠାଗାର ସମ୍ପର୍କିତ ଜାତୀୟ ମିଶନର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।
ଉଦଘାଟନ ଉତ୍ସବରେ ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ମହାନିର୍ଦେଶକ ଏବଂ ଭାରତୀୟ ମାନବ ବିଜ୍ଞାନ ସର୍ବେକ୍ଷଣ ନିର୍ଦେଶକ ପ୍ରଫେସର ବି.ଭି.ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ପୁସ୍ତକ ପଠନରେ ପାଠଗାରର ଭୂମିକା ଓ ଏହାର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଫେସର ଶର୍ମା କହିଛନ୍ତି ଯେ ପ୍ରଫେସର ଶର୍ମା କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଠାଗାର ବିକାଶ ପାଇଁ ୨୫୦୦କୋଟି ଟଙ୍କା ଅନୁଦାନ ବ୍ୟୟବରାଦ କରାଯାଇଛି। ଏଥିରେ ଗ୍ରାମାଞ୍ଚଳର ପାଠାଗାରଗୁଡ଼ିକର ବିକାଶ ପାଇଁ ଗୁରୁତ୍ବ ଦିଆଯାଉଛି। ଦେଶର ପ୍ରତିଟି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ସହ ଲୋକଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ଛୋଟ ପିଲାଙ୍କର ପାଠ୍ୟପୁସ୍ତକ ପଠନ ପ୍ରତି କିଭଳି ଆଗ୍ରହ ବୃଦ୍ଧି ପାଇବ ସେଥିପାଇଁ ପ୍ରୟାସ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା ଅଭିଭାଷଣରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିଜା ପାଠଗାରର ସମ୍ପୃଦ୍ଧ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ପୁରୀ ସର୍କଲର ସୁରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ.ଡି.ବି.ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କୁଳସଚିବ ଡ.କାହ୍ନୁଚରଣ ଧୀର ଓ ସଂଯୋଜିକା ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ମଞ୍ଚାସୀନ ଥିବାବେଳେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ରୁଦ୍ରନାରାୟଣ ମହପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
Comments are closed.