www.samajalive.in
Sunday, December 7, 2025
23.1 C
Bhubaneswar

ଦେଶରେ ଆଜି ବି ୫ ହଜାର ପାର୍‌‌ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ଆଉ ୫ ହଜାର ୬୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। ସୋମବାର ୫,୮୮୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ଅନେକ ରାଜ୍ୟରେ ଗତ ୧ ମାସ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିଲା ସେଠାରେ ସଂକ୍ରମଣର ନୂଆ ମାମଲା ଚିନ୍ତା ବଢାଇଛି। ସୋମବାର ତୁଳନାରେ ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ୍‌‌ ରହିଛି।

ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭,୦୯୩ କୁ ବୃଦ୍ଧି ପାଇଛି । ଏପର୍ୟ୍ୟନ୍ତ ୪୪,୨୦୦,୦୭୯ ଆରୋଗ୍ୟ ଲାଭ କରିଛନ୍ତି, ଯାହା ଆରୋଗ୍ୟ ହାରକୁ ୯୮.୭୩ ପ୍ରତିଶତକୁ ବୃଦ୍ଧି କରିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩,୧୦,୦୦ରେ ପହଞ୍ଚିଛି। ଏବଂ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ମନ୍ତ୍ରଣାଳୟର ସୂଚନାନୁଯାୟୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ୟ୍ୟନ୍ତ ୨୨୦.୬୬ କୋଟି ପାନ କରୋନା ଟିକା ଦିଆଯାଇଛି।

- Advertisement -

ଏଭଳି ପରିସ୍ଥିତିରେ ସୋମବାର ଦିନ କୋଭିଡ -୧୯ ମାମଲାରେ ବୃଦ୍ଧି ହେତୁ ଡାକ୍ତରଖାନାର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ ଦେଶର ସରକାରୀ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକରେ ‘ମକ୍ ଡ୍ରିଲ୍’ କରାଯାଇଥିଲା, ଯାହା ଜାରି ରହିବ। ମଙ୍ଗଳବାର ମଧ୍ୟ ‘ମକ୍ ଡ୍ରିଲ୍’ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ୭ ଏପ୍ରିଲରେ ଅନୁଷ୍ଠିତ କୋଭିଡ ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନା ପରିଦର୍ଶନ ଏବଂ ୧୦ ଓ ୧୧ ଏପ୍ରିଲରେ ପ୍ରସ୍ତୁତି ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories