ନୂଆଦିଲ୍ଲୀ : ଲୋକଙ୍କ ମନରୁ ଏଯାଏଁ ଯାଇନି କରୋନାର ଭୟ । ୨୦୧୯ପରେ ଦେଶ ସହ ସାରା ରାଜ୍ୟରେ କରୋନା ନିଜର କାୟା ମେଲାଇବା ସହ ଲକ୍ଷ ଲକ୍ଷ ଲୋକେ ଜୀବନ ହାରିଛନ୍ତି । ଏବେ ପୁଣି ଥରେ କରୋନା ଫେରିଥିବା ଜଣାପଡିଛି । ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି । ଏହି ସ୍ଥାନରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମେ’ ୩ ସୁଦ୍ଧା କରୋନା ମାମଲା ୧୪,୨୦୦ରେ ପହଞ୍ଚିଛି ବୋଲି ସୂଚନା ମିଳିଛି ।
କରୋନା ମାମଲାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ



