www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶାର ‘କୋଭିଡ୍‌ ଡାସବୋର୍ଡ’ ଜାତୀୟସ୍ତରରେ ପାଲଟିଛି ନମୁନା

ଭୁବନେଶ୍ବର:ବିପର୍ଯ୍ୟୟ ମୁକାବିଲା ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନମୁନା ରାଜ୍ୟ ଭାବେ ପରିଗଣିତ ହେଉଥିବାବେଳେ ଏବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ନୂତନ ଉଦ୍ଭାବନକୁ ନେଇ ପୁଣି ପ୍ରଶଂସାର ପାତ୍ର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାର ସ୍ଥିତାବସ୍ଥା ଜାଣିବା ଏବଂ ଘରେ ବସି କରୋନାମୁକ୍ତ କିମ୍ବା କରୋନାଯୁକ୍ତ ଜାଣିବା ଲାଗି ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ଥିତି ସୂଚକ ସରଞ୍ଜାମ(ଡାସବୋର୍ଡ) ଏବେ ଜାତୀୟସ୍ତରରେ ନମୁନା ପାଲଟିଛି। ଜମ୍ମୁ-କାଶ୍ମୀର ସରକାର ଏହାକୁ ଅନୁକରଣ କରି ଅବିକଳ ଡାସବୋର୍ଡ ପ୍ରସ୍ତୁତ କରିଛନ୍ତି । ଏଥିଲାଗି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଜମ୍ମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ବୈଷୟିକ ସହଯୋଗ ଯୋଗାଇ ଦିଆଯାଇଛି । ଏହାକୁ ନେଇ ବିଭାଗୀୟ ସଚିବ ମନୋଜ ମିଶ୍ରଙ୍କୁ ଜମ୍ମୁ-କାଶ୍ମୀର ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି । ଚଳିତମାସ ୧୧ତାରିଖରେ ଜମ୍ମୁ-କାଶ୍ମୀରର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ସଚିବ ସିମରନ ଦୀପ ସିଂ ଓଡ଼ିଶା ସରକାରଙ୍କ ସହିତ ଶ୍ରୀ ମିଶ୍ରଙ୍କୁ ପ୍ରଶଂସା କରିଛନ୍ତି।

ଶ୍ରୀ ଦୀପ ସିଂ ତାଙ୍କ ପ୍ରଶଂସା ପତ୍ରରେ ଲେଖିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ମୂଲ୍ୟାଙ୍କନ ଭିତ୍ତିକ ଡାସବୋର୍ଡ ପ୍ରସ୍ତୁତ କରିବା ଜରୁରୀ ଥିଲା । ଓଡିଶାରେ କାର୍ଯ୍ୟକାରୀ ହୋଇଥିବା କୋଭିଡ଼ ଡାସବୋର୍ଡ ଅତି ଉଚ୍ଚମାନର ଥିଲା । ଓଡ଼ିଶାରେ ଚିହ୍ନଟ ହେଉଥିବା ମାମଲା, ସମ୍ଭାବ୍ୟ ସଂଖ୍ୟା ଉପରେ ଭବିଷ୍ୟବାଣୀ, ରୋଗୀ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ତୁଳନାତ୍ମକ ବିଶ୍ଳେଷଣ କରିବାରେ ଓଡ଼ିଶା ଡାସବୋର୍ଡ ପ୍ରଭାବୀ ରହିଛି। ଓଡ଼ିଶାର ବୈଷୟିକ ସହାୟତା ଯୋଗୁଁ ସ୍ବଳ୍ପ ଦିନରେ ଡାସବୋର୍ଡ ପ୍ରସ୍ତୁତ ହୋଇପାରିଛି । ଭବିଷ୍ୟତରେ ଓଡିଶା ସରକାରଙ୍କ ସହ ପାରସ୍ପରିକ ସହଯୋଗ ଏବଂ ସହ-ଶିକ୍ଷଣ କ୍ଷେତ୍ରରେ ହସ୍ତକ୍ଷେପ ଲାଗି ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୮ରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ବହୁ ଜନକଲ୍ୟାଣକାରୀ ଯୋଜନାର ପୋର୍ଟାଲ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛି। ଏହାବାଦ୍ ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱରେ ଓଡିଶା ସରକାରଙ୍କୁ ସ୍ବତନ୍ତ୍ର ମର୍ଯ୍ୟାଦା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories