www.samajalive.in
Sunday, December 7, 2025
26.1 C
Bhubaneswar

ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ, ଟାଇମ୍ସ ଅଫ୍ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଟାଇମ୍ସ ଅଫ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଭୁବନେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୪୮ବର୍ଷ ହୋଇଥିଲା। ପ୍ରୀତିମାନ ମହାପାତ୍ର କରୋନା ଆକ୍ରାନ୍ତ ହୋଇ ପ୍ରାୟ ୮ ଦିନ ତଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

- Advertisement -

ପ୍ରୀତିମାନ ମହାପାତ୍ରଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ସପ୍ତାହ ହେବ ପ୍ରୀତିମାନଙ୍କୁ ଜ୍ବର ଓ କାଶ ହେଉଥିଲା। ସେ କୋଭିଡ୍‌ ପରୀକ୍ଷା କରିବାରୁ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ମେଡ଼ିକାଲ୍‌ରେ ପ୍ରୀତିମାନ ଚିକିତ୍ସିତ ହେଉଥିଲେ। ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଅମ୍ଲଜାନ ସ୍ତର ହ୍ରାସ ପାଇଥିଲା ଏବଂ ନିଃଶ୍ବାସ ଓ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭକ କରୁଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ଗତ ୩ଦିନ ହେବ ସ୍ବାସ୍ଥ୍ୟବସ୍ଥାରେ ଅବନତୀ ଘଟିଥିଲା ଏବଂ ଶୁକ୍ରବାର ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରୀତିମାନ ନିଜ ମା’, ସ୍ତ୍ରୀ ସସ୍ମିତା ଓ ସ୍କୁଲରେ ପଢୁଥିବା ଝିଅ ସହିତ ଜୟଦେବ ବିହାର ଛକ ନିକଟରେ ରହୁଥିଲେ। ଏବେ ତାଙ୍କ ମା’ ଓ ସ୍ତ୍ରୀ ସସ୍ମିତା ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିକିତ୍ସିତ ହେଉଛନ୍ତି।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‌ସି)ରୁ ୧୯୯୬ରେ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବା ପରେ ସେ ଅନେକ ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ୨୦୦୪ରୁ୧୨ ପର୍ଯ୍ୟନ୍ତ ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ କାମ କରିବା ପରେ ଦି ଟାଇମ୍ସ ଅଫ୍ ଇଣ୍ଡିଆର ଭୁବନେଶ୍ବର ସଂସ୍କରଣରେ ସହକାରୀ ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ କିଛି ଦିନ ଡେକାନ୍‌ କ୍ରୋନିକେଲ୍‌ ମଧ୍ୟ କାର୍ଯ୍ୟ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories