www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୯୦.୯୯ ପ୍ରତିଶତ : ମୋଟ ସଂକ୍ରମଣ ସଂଖ୍ୟା ୮୦ଲକ୍ଷ ଟପିଲା

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୯୧ ପ୍ରତିଶତର ନିକଟତର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୬ହଜାରରୁ ଅଧିକ
ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭୩ଲକ୍ଷ ୧୫ ହଜାରକୁ ଟପିଛି। ଦେଶରେ କୋଭିଡ-୧୯ ଆରୋଗ୍ୟ ହାର  ୯୦.୯୯ ପ୍ରତିଶତକୁ ବୃଦ୍ଧି ପାଇଛି।
କ୍ରମାଗତ ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍
ସଂକ୍ରମଣର ୭.୫୧ % ରହିଛି। ଏବେ ଦେଶରେ ମୋଟ୍‍ ୬ଲକ୍ଷ ୩ ହଜାର ସଂକ୍ରମିତ ଲୋକ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୮୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍‍ ସଂକ୍ରମଣ ୮୦ଲକ୍ଷ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ କୋଭିଡ ମୃତ୍ୟୁହାର ୧.୫ ଭାଗ ରହିଛି, ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍।
ଗତ ୬ ସପ୍ତାହ ଧରି ଭାରତର ଦୈନିକ କୋବିଡ଼ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୫୧୭ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ରିପୋର୍ଟ ଅନୁସାରେ,ଗତ ୨୪ଘଣ୍ଟା ଭିତରେ ୧୦ଲକ୍ଷ ୭୫ ହଜାର ନମୁନା ପରୀକ୍ଷା
କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୦ କୋଟି ୬୫ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories