www.samajalive.in
Tuesday, December 9, 2025
26.1 C
Bhubaneswar

ସାରା ଦେଶରେ ଏକ ସମୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ନାହିଁ : ଜନସ୍ୱାସ୍ଥ୍ୟ ବିଶେଷଜ୍ଞ

ହାଇଦରାବାଦ : ଭାରତ ଭଳି ଏକ ବିଶାଳ ଦେଶରେ କୋଭିଡ -୧୯ ମାମଲା ଏକ ସମୟରେ ଶିଖରରେ ପହଞ୍ଚିବ ନାହିଁ ଏବଂ ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସମୟ ରହିବ ଯାହା ଏହି କଥା ଉପରେ ନିର୍ଭର କରିବ କି ସେଠାକାର  ଲୋକେ କେବେ ଏହି ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହେବେ।

ଜଣେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା କହିଛନ୍ତି। ଏଠାରେ ଥିବା ଭାରତୀୟ ଜନସ୍ୱାସ୍ଥ୍ୟ  ପ୍ରତିଷ୍ଠାନ(ଆଇଆଇପିଏଚ୍)ର ନିର୍ଦ୍ଦେଶକ ପ୍ରଫେସର ଜି.ଭି.ଏସ୍ ମୁର୍ତ୍ତି କହିଛନ୍ତି ଯେ, ଚଳିତ ମାସ ଶେଷରେ କିମ୍ବା ଅଗଷ୍ଟ ଆରମ୍ଭରେ ଦିଲ୍ଲୀ ଭଳି ରାଜ୍ୟରେ କରୋନା ଭୂତାଣୁର ପ୍ରକୋପ ଚରମ ଶିଖରରେ ପହଞ୍ଚିବ। କିନ୍ତୁ ତାମିଲନାଡୁ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଏହା ସେପ୍ଟେମ୍ବର ପାଖାପାଖି ଶୀର୍ଷରେ ପହଞ୍ଚିପାରେ।

- Advertisement -

ସେ କହିଛନ୍ତି ଯେ ଝାଡଖଣ୍ଡ ଭଳି ରାଜ୍ୟରେ ଶୀର୍ଷରେ ପହଞ୍ଚିବା ପାଇଁ ଏହା ଅଧିକ ସମୟ ନେଇପାରେ, କାରଣ ପ୍ରବାସୀ ଶ୍ରମିକମାନେ ସେଠାରୁ ଫେରିବା ପରେ ଏହି ସଂକ୍ରମଣ ବ୍ୟାପିଛି। ସେ କହିଛନ୍ତି ଯେ ଉଦାହରଣ ସ୍ୱରୂପ, ଅନ୍ୟ ସହର, ବିଶେଷକରି ବିହାରରେ ମୁମ୍ବଇ ଏବଂ ଦିଲ୍ଲୀରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ ହଠାତ୍ ବହୁ ସଂଖ୍ୟକ ସଂକ୍ରମଣ ମାମଲା ଆରମ୍ଭ ହେବାକୁ ଲାଗିଲା।

ଝାଡ଼ଖଣ୍ଡ, ଛତିଶଗଡ ଏବଂ ପୂର୍ବ ଉତ୍ତରପ୍ରଦେଶରେ ପୂର୍ବରୁ ବହୁତ କମ୍ ମାମଲା ରହିଥିଲା, କିନ୍ତୁ ପ୍ରବାସୀମାନେ ନିଜ ଘରକୁ ଫେରିବା ଆରମ୍ଭ କରିବାରୁ ମାମଲା ବଢିବାରେ ଲାଗିଲା। ସେ କହିଛନ୍ତି, ସେଠାରେ ସଂକ୍ରମଣ ମାମଲା ଶିଖରରେ ପହଞ୍ଚିବାକୁ ଅଧିକ ସମୟ ଲାଗିବ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories