ନୂଆଦିଲ୍ଲୀ : ଦେଶରେ ଆଉ ୫ ହଜାର ୩୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୫୫,୮୩୭ କୁ ବୃଦ୍ଧି ପାଇଛି। ସେହିପରି ଆଉ ୬,୪୨୪ ଆକ୍ରାନ୍ତ ସୁସ୍ଥ ହୋଇ ହୋଇଥିବା ବେଳେ ମୋଟ ୪,୩୯,୮୪,୬୯୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୨%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୮,୪୪୯ରେ ପହଞ୍ଚିଛି। ମୃତ୍ୟୁ ହାର ୧.୧୯%। ଆଉ ୪୨,୬୯୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୧୦%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



