ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ତରଫରୁ ନିକଟରେ ପ୍ରକାଶିତ ଏକ
ରିପୋର୍ଟରେ, ‘କୋଭିଡ-୧୯ ଏବଂ ୱାର୍ଲ୍ଡ ଅଫ୍ ୱାର୍କ’ କୋଭିଡ-୧୯ ମହାମାରୀକୁ
“ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସବୁଠାରୁ ଭୟଙ୍କର ବିଶ୍ୱ ସଙ୍କଟ” ବୋଲି ବର୍ଣ୍ଣନା କରିଛି
ଏବଂ ଭାରତରେ ଅନୌପଚାରିକ ଅର୍ଥନୀତିରେ ୪୦୦ ନିୟୁତ କର୍ମଚାରୀ ଘୋର
ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନ୍ୟ ଏକ ରିପୋର୍ଟ,
‘କୋଭିଡ-୧୯ ଏବଂ ଶିଶୁ ଶ୍ରମିକ : ଏକ ସଙ୍କଟ ସମୟ, ଏକ ସମୟରେ
କରିଦେଖାଇବା’ରେ ଗୁରୁତ୍ବ ଦେଇ କୁହେ ଯେ ଏହି ମହାମାରୀ ଲକ୍ଷ ଲକ୍ଷ ପିଲାଙ୍କୁ ଶିଶୁ
ଶ୍ରମିକ ଏବଂ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇପାରେ। ବିଶ୍ବ ଖାଦ୍ୟ ସଂଗଠନ ଦ୍ବାରା
କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଏହି ମହାମାରୀ ଦ୍ବାରା ୨୦୨୦
ଶେଷ ସୁଦ୍ଧା ଶହେ କୋଟିର ଏକ ଚତୁର୍ଥାଂଶରୁ ଅଧିକ ଲୋକ ଗୁରୁତର ଖାଦ୍ୟ
ସଂକଟର ସମ୍ମୁଖୀନ ହେବେ। ବିଶ୍ୱବ୍ୟାପୀ ବିଭିନ୍ନ ଦେଶରେ ଲକ୍ ଡାଉନ୍ ଏବଂ
ଉଦ୍ୟୋଗ ଚଗତରେ କଟକଣା ଯୋଗୁଁ ବହୁତ ଶୀଘ୍ର ନିଜର ଜୀବିକା, ବେତନ ଏବଂ
ଆୟ ହରାଉଛନ୍ତି। ପ୍ରବାସୀ ଶ୍ରମିକମାନେ ଭାରତର ଅନୌପଚାରିକ କ୍ଷେତ୍ରରେ
ନିୟୋଜିତ ସର୍ବ ବୃହତ କର୍ମଜୀବୀ। ସେମାନେ ମୁଖ୍ୟତ ୫୩ ନିୟୁତରୁ ଅଧିକ ସହରୀ
ବାସିନ୍ଦା ଯାହାକି ଦେଶର ୩୭୭ ନିୟୁତ ସହରୀ ଜନସଂଖ୍ୟାର ୧୪୦ ନିୟୁତ ଅଟନ୍ତି।
ଯାହା ୨୦୧୧ ଜନଗଣନା ଅନୁଯାୟୀ ମୋଟ ସହରୀ ଜନସଂଖ୍ୟାର ୪୩ ପ୍ରତିଶତ
ସହିତ ସମାନ। ବର୍ଷ ବର୍ଷ ଧରି, କ୍ରମାଗତ ଭାବେ ସରକାରମାନେ ଏହି ଶ୍ରମିକମାନଙ୍କ
ସଂଖ୍ୟା, କାର୍ୟ୍ୟକ୍ଷେତ୍ର, କାର୍ୟ୍ୟ ସ୍ଥିତି ଏବଂ ପରିଚୟ ଉପରେ ସ୍ବଳ୍ପ ଧ୍ୟାନ ଦେଇଛନ୍ତି ଏବଂ
ସରକାରୀ ଆଇନ ଏବଂ ନୀତିର ଉପଯୁକ୍ତ ଭାବେ କାର୍ୟ୍ୟକାରୀ ନ ହେବା ଯୋଗୁଁ
ସେମାନଙ୍କ ଆଡକୁ ଅଧିକ ଦୃଷ୍ଟିଦିଆଯାଇ ନାହିଁ। ପ୍ରବାସୀ ଶ୍ରମିକଙ୍କ ଅଧିକାର ତଥା
ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଣୀତ ହୋଇଥିବା ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ
ଆଇନ-୧୯୭୯ ଭାରତରେ ଅତି ନଗନ୍ୟ ଭାବେ କାର୍ୟ୍ୟକାରୀ ହେଉଛି।

କାମଧନ୍ଦା ପାଇଁ ନାଗରିକମାନଙ୍କର ସ୍ଥାନାନ୍ତରଣ ହେଉଛି ଭାରତୀୟ
ସମ୍ବିଧାନରେ ଏକ ମୌଳିକ ଅଧିକାର। ସ୍ଥାନାନ୍ତର ଶ୍ରମିକ ଆଇନ ୧୯୭୯ ମଧ୍ୟ ପ୍ରବାସୀ
ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବା ପରେ ପୁଣି ସେମାନଙ୍କୁ କାରଖାନା, ନିର୍ମାଣ କ୍ଷେତ୍ର
ଏବଂ ଉତ୍ପାଦନ ୟୁନିଟରେ କାମ ଯୋଗାଇବା ପାଇଁ ମଧ୍ୟସ୍ଥିଙ୍କ କାର୍ୟ୍ୟକୁ ଅନୁମତି
ଦେଇଛି। ଏହା ମାଧ୍ୟମରେ ସହରାଞ୍ଚଳରେ ଅନୌପଚାରିକ କ୍ଷେତ୍ରରେ ଲକ୍ଷ ଲକ୍ଷ
ଲୋକଙ୍କୁ ନିଯୁକ୍ତି ଦିଆଯାଉଥିଲା। ଇଟାଭାଟି, ପଥର ଭଙ୍ଗା, ହାଇବ୍ରିଡ୍ ବିହନ
ଉତ୍ପାଦନ, ସୂତା କଟା, ସ୍ପିନ୍ ମିଲ୍ ଏବଂ ପୋଷାକ କାରଖାନାରେ ୯୦% ଶ୍ରମିକଙ୍କୁ ଏକ
ସୁ-ସଂଗଠିତ ମାଧ୍ୟମରେ ନିଯୁକ୍ତି ମିଳିଥାଏ। ଏହି ନେଟୱାର୍କର ଠିକାଦାର ଏବଂ
ମଧ୍ୟସ୍ଥିମାନେ ରାଜ୍ୟଗୁଡିକରୁ ଲୋକଙ୍କୁ ନେଇ କାମରେ ଳଗାଇଥାନ୍ତି। ସେମାନେ
ନିୟନ୍ତ୍ରିତ କିମ୍ବା କାର୍ୟ୍ୟକାରୀ ଏଜେନ୍ସିର ଯାଞ୍ଚଠାରୁ ବହୁ ଦୂରରେ ଥାଆନ୍ତି। ଭାରତର
ନିର୍ମାଣ କ୍ଷେତ୍ର ଉଭୟ କୁଶଳୀ, ଅଣକୁଶଳୀ ଶ୍ରମିକଙ୍କ ସମେତ ପ୍ରାୟ ୪୯.୫ ନିୟୁତ
ଲୋକଙ୍କୁ ରୋଜଗାରର ପ୍ରଦାନ କରିଥାଏ। ଭାରତର ଆଧୁନିକ ବୟନ ଶିଳ୍ପରେ
୩୫ନିୟୁତରୁ ଅଧିକ ଶ୍ରମିକ ଏବଂ ଦ୍ୱିତୀୟରେ ବୃହତ ଇଟା ଉତ୍ପାଦନ କାର୍ୟ୍ୟରେ
ଭାରତରେ ପ୍ରାୟ ୨.୩ ନିୟୁତ ପ୍ରବାସୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ଇତିମଧ୍ୟରେ,
ଇଟାଭାଟିଗୁଡିକ ଅତ୍ୟାଧୁନିକ ଶ୍ରମିକ ଏବଂ ଋଣ ବନ୍ଧକ ନେଇ ଅନେକ ଖବର
ଆସିଛି।
ଏହି ମହାମାରୀ ପ୍ରଥମ ଥର ପାଇଁ ଭାରତରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ
ସାମ୍ନାକୁ ଆଣିଛି ଏବଂ ପ୍ରବାସୀ ଶ୍ରମିକଙ୍କ ଅସନ୍ତୋଷ ତଥା ଯନ୍ତ୍ରଣାଦାୟକ ଚିତ୍ରକୁ
ପ୍ରସାରିତ କରିଛି । ସରକାରୀ ସୂତ୍ର ଅନୁଯାୟୀ, ବୁଲଗେରିଆର ମୋଟ ଜନସଂଖ୍ୟା
ସହିତ ସମାନ ପ୍ରାୟ ୬.୭ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ନିଜ ରାଜ୍ୟକୁ ଫେରିଲେ।
ତଥାପି, ସେମାନଙ୍କ ମଧ୍ୟରେ କେତେଜଣ ମହିଳା, ପୁରୁଷ, ଶିଶୁ ଏବଂ ଯୁବକ, କେଉଁ
ଅବସ୍ଥାରେ ଫସି ରହିଛନ୍ତି ସେ ବିଷୟରେ ଆମର କୌଣସି ସୂଚନା ନାହିଁ ।
କାରଖାନାରେ ନିୟୋଜିତ ଶିଶୁ, ଋଣଗ୍ରସ୍ତ ପ୍ରବାସୀ ଶ୍ରମିକ, ଯୌନ କର୍ମୀ, ଘରୋଇ
ଶ୍ରମିକ ଏବଂ ବସ୍ତ୍ର ଶିଳ୍ପରେ ନିୟୋଜିତ ଶ୍ରମିକଙ୍କ ବିଷୟରେ କୌଣସି ବିସ୍ତୃତ ବିବରଣୀ
ଉପଲବ୍ଧ ନାହିଁ।
ଘରକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କର ଏକ ନିଜସ୍ୱ କାହାଣୀ ଅଛି।
ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପାଖାପାଖି ୬ ଲକ୍ଷ ପ୍ରବାସୀ ଶ୍ରମିକ ଏବଂ
ସେମାନଙ୍କ ପରିବାର ଫେରି ଆସିଛନ୍ତି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି।
ତେବେ ବେସରକାରୀ ଭାବେ ପ୍ରତ୍ୟାବର୍ତ୍ତନକାରୀଙ୍କ ସଂଖ୍ୟା ପାଖାପାଖି ୧୦ ଲକ୍ଷ
ହୋଇପାରେ। ତେବେ ସେମାନଙ୍କର ଘରକୁ ଫେରିବା ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ
ଏବଂ ଅନେକ ଲୋକ ହଠାତ୍ ନିଜ ଗ୍ରାମରେ ଅଛୁଆଁ ହୋଇଗଲେ। ରାଜ୍ୟ ତଥା କେନ୍ଦ୍ର
ସରକାରଙ୍କ ଦ୍ୱାରା ଘୋଷିତ ସରକାରୀ ଯୋଜନାରେ ନାମ ପଞ୍ଜିକରଣ କରିବା
ଅନେକଙ୍କ ପାଇଁ କଷ୍ଟକର ହୋଇପଡିଛି। ଏହାର ଏକ ସରଳ କାରଣ ହେଉଛି
ବାରମ୍ବାର ବାହାରକୁ ଯାଉଥିବାରୁ, ପ୍ରବାସୀମାନେ ପ୍ରାୟତଃ ଜନଗଣନା ସମୟରେ
ଭୋଟର ତାଲିକା ସମେତ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନାଗୁଡିକର ସୁବିଧା
ପାଇବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିପାରି ନ ଥାନ୍ତି। ତେବେ ଅସମର୍ଥିତ
ଆକଳନରୁ ଜଣାପଡିଛି ଯେ ଓଡିଶାର ପ୍ରବାସୀ ଶ୍ରମିକ ବାର୍ଷିକ ୪୦୦୦-୫୦୦୦ କୋଟି
ଟଙ୍କା ପଠାନ୍ତି, ଯାହାକି ଲକ୍ଷ ଲକ୍ଷ ପ୍ରବାସୀ ପରିବାରର ଜୀବିକା ନିର୍ବାହ କରିବାରେ
ସହାୟକ ହୋଇଛି। ତେବେ କୋଭିଡ-୧୯ ଲକଡାଉନ୍ ଯୋଗୁଁ ପ୍ରବାସୀଙ୍କ ଆୟ ବହୁତ
ହ୍ରାସ ପାଇଛି ଏବଂ ଟଙ୍କା ଉପରେ ନିର୍ଭରଶୀଳ ପରିବାରକୁ ବହୁତ ଅସୁରକ୍ଷିତ
କରିଦେଇଛି।
ନୂଆ କାହାଣୀ ବର୍ତ୍ତମାନ ସୂଚାଇ ଦେଉଛି ଯେ ଯେତେ ପ୍ରବାସୀ ଫେରିଥିଲେ
ମଧ୍ୟ କାର୍ୟ୍ୟ କରୁଥିବା ରାଜ୍ୟ ସହ ଯୋଗାଯୋଗରେ, କେତେକ ମେଟ୍ରୋ ଏବଂ ପୁରୁଣା
ସହରକୁ ଫେରିଯିବା ଆରମ୍ଭ କରିଛନ୍ତି, କାରଣ ସେମାନେ କେବଳ ଜୀବିକା ଆବଶ୍ୟକ
କରନ୍ତି। ମହାମାରୀର ପରିବର୍ତ୍ତିତ ସ୍ଥିତରେ ଗଞ୍ଜାମ ଜିଲ୍ଲାର ଲୋକମାନେ କାର୍ୟ୍ୟ
କରୁଥିବା କାରଖାନାରେ ରିପୋର୍ଟ କରିବାକୁ କୁହାଯାଇଛି। ଯଦି ମହାମାରୀ ଦୀର୍ଘଦିନ
ଧର ଲାଗି ରୁହେ, ଅନେକ ଅଣକୁଶଳୀ ଏବଂ ଅର୍ଦ୍ଧ କୁଶଳୀ ପ୍ରବାସୀ ଶ୍ରମିକ କମ୍
ବେତନ ଗ୍ରହଣ କରିବାକୁ ବାଧ୍ୟ ହେବେ କିମ୍ବା କୌଣସି କାମ ଆସେ, ଅସାଧୁ ମଧ୍ୟସ୍ଥି
ତଥା ବେପାରୀଙ୍କ ଜାଲରେ ପଡ଼ିବେ। ଭାରତରେ କାମଧନ୍ଦା ଅଭାବର ଶିକାର
ହେଉଥିବା ଅଧିକାଂଶ ଲୋକ ପାରମ୍ପରିକ ଭାବେ ତୃତୀୟ ଲିଙ୍ଗ, ଜାତି, ଧର୍ମ, ଗୋଷ୍ଠୀ
ତଥା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିନିଧିତ୍ୱ କରନ୍ତି। ଏହା
ବିଡମ୍ବନାର ବିଷୟ ଯେ ସେମାନଙ୍କୁ ମହାମାରୀର ମୂଲ୍ୟ ବହନ କରିବାକୁ ପଡିଥାଏ।
ନିଯୁକ୍ତି, ଖାଦ୍ୟ, ସ୍ୱାସ୍ଥ୍ୟ, ସାମାଜିକ ତଥା ମାନବ ନିରାପତ୍ତାର ଏକ ସୁଚିନ୍ତିତ ଯାନ୍ତ୍ରୀକ
କୌଶଳ ମାଧ୍ୟମରେ ସରକାର ଏହାର ସମାଧାନ କରିବା ଜରୁରୀ। ଫେରୁଥିବା
ପ୍ରବାସୀମାନଙ୍କୁ ସହରଗୁଡିକରେ ସେମାନେ ହରାଇଥିବା ଚାକିରୀ ପାଇବା କଷ୍ଟକର।
ତେବେ ସେମାନଙ୍କ ପାଇଁ ସୁସ୍ଥ, ଶୋଷଣମୁକ୍ତ ତଥା ଉପଯୁକ୍ତ କାର୍ୟ୍ୟ ଏବଂ ଜୀବନ
ଶୈଳୀ ସୃଷ୍ଟି କରିବା ଦିଗରେ କାର୍ୟ୍ୟ କରିବା ସରକାରଙ୍କ ଦାୟିତ୍ୱ। ବିଜ୍ଞପ୍ତି ଏବଂ
ଅଧ୍ୟାଦେଶ ଦ୍ୱାରା ଶ୍ରମ ଆଇନକୁ ରଦ୍ଦ କରିବା ହୁଏତ ସ୍ୱଳ୍ପ ସମୟ ମଧ୍ୟରେ ଶିଳ୍ପକୁ
ସାହାଯ୍ୟ କରୁଥାଇପାରେ। କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଅଧିକାର ଏବଂ ସୁବିଧା ଉପରେ
ଏହା ନକାରାତ୍ମକ ପ୍ରଭାବ ପକାଇବ। ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାର୍ୟ୍ୟ ପରିସରକୁ
ବହୁ-ଭାଗୀଦାରୀ ସହଯୋଗ ଏବଂ ଜୀବିକା, ସାମାଜିକ ଅଧିକାର, ସାମାଜିକ ସୁରକ୍ଷା,
ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ କରିବା ପାଇଁ ଗୋଷ୍ଠୀ, ରାଜ୍ୟ ସରକାର
ଏବଂ ସିଏସ୍ଓ ମଧ୍ୟରେ ବିନା ହସ୍ତକ୍ଷେପ ମାଧ୍ୟମରେ ପୁନଃବ୍ୟବସ୍ଥିତ କରାଯିବା
ଆବଶ୍ୟକ। ଏହାଦ୍ୱାରା ଋଣ ବନ୍ଧନ ହ୍ରାସ ପାଇବ ଏବଂ ମାନବ ତସ୍କରୀ ରୋକାଯାଇ
ପାରିବ।
ନିର୍ଦ୍ଦେଶକ,
ସ୍ଥାନାନ୍ତରଣ ଏବଂ ଶିକ୍ଷା, ସହାୟକ ଏବଂ ଆକ୍ସନ୍ ଇଣ୍ଟରନ୍ୟାସନାଲ୍



