www.samajalive.in
Sunday, December 7, 2025
13.1 C
Bhubaneswar

ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ : ସୁପର ସ୍ପ୍ରେଡରଙ୍କୁ ନେଇ ସରକାର ଟେନ୍‌ସନ୍

ଭୁବନେଶ୍ୱର: ୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ୧୦୪ ରୁ ୧୦୮ ଯାଏଁ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର। ୪ ନୂଆ କରେନା ଆକ୍ରାନ୍ତଙ୍କ ୬୧ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ। ୧୦୮ନମ୍ବର ଆକ୍ରାନ୍ତ ୭୯ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ ବୋଲି ଜଣାପଡ଼ିଛି । ସମସ୍ ୫ଜଣ ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର। ୫ଜଣଙ୍କ ମଧ୍ୟରେ ୪ ମହିଳା ରହିଥିବାବେଳେ ଜଣେ ଯୁବକ ରହିଛନ୍ତି। ମହିଳାମାନଙ୍କ ବସୟ-୨୨, ୫୫, ୨୩, ୨୯ ବର୍ଷ ରହିଥିବାବେଳେ ଯୁବକଙ୍କ ବୟସ ୨୭ବର୍ଷ। ସମସ୍ତଙ୍କ ଆକାନ୍ତ ମୂଳ ୬୧ ନମ୍ବର ରୋଗୀଙ୍କ ପାଖ ପଡ଼ୋଶୀ। ବାଲେଶ୍ୱର ନେଳିଆବାଗରେ କରୋନା ଡେଇଁ ଚାଲିଛି । ୬୧ରୁ ୭୯-୭୯ରୁ ୧୦୮। ଜଣେ ସଂକ୍ରମିତଙ୍କଠାରୁ ଆଉ ଜଣକୁ, ସେଠୁ ଆଉ ଜଣକୁ ଡେଉଁଛି। ମୂଳ ଆକ୍ରାନ୍ତ ୬୧ ନମ୍ବରଙ୍କଠାରୁ ଆକ୍ରାନ୍ତ ହୋଇଥିଲେ ୭୯ ନମ୍ବର। ବାଲେଶ୍ବରରେ ସୁପର ସ୍ପ୍ରେଡର ନଂ-୬୧। ଭୁବନେଶ୍ବର ସୁପର ​ସ୍ପ୍ରେଡର ପରେ ଏବେ ବାଲେଶ୍ବରରେ ସୁପର ସ୍ପ୍ରେଡର ଜଣକ ଠାରୁ ଅନ୍ୟ ଜଣଙ୍କୁ କରୋନା ବାଣ୍ଟୁଛନ୍ତି। ଏହି ସୁପର ​ସ୍ପ୍ରେଡରମାନଙ୍କ ପାଇଁ ଏବେ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories