www.samajalive.in
Monday, December 8, 2025
16.1 C
Bhubaneswar

ଏ ମାସରୁ ଭାରତରେ ହୋଇପାରେ କରୋନା ଟିକାକରଣ: ଗୁଲେରିଆ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଗୁରୁବାର ଗୁଲେରିଆ କହିଛନ୍ତି ଯେ ଭାରତରେ ୩ଟି କରୋନା ଟିକାର ଚୂଡାନ୍ତ ପରୀକ୍ଷା ଚାଲୁରହିଛି। ତେଣୁ ଚଳିତ ଡିସେମ୍ବର କିମ୍ବା ଜାନୁଆରୀ ପ୍ରଥମାର୍ଦ୍ଧରେ ଭାରତରେ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ଟିକାର ପରୀକ୍ଷା ଶେଷ ପରେ ଏହାର ଜରୁରୀ ବ୍ୟବହାର ନିମନ୍ତେ ସରକାରଙ୍କ ଅନୁମତି ମିଳିଯିବ। ଜରୁରୀ ବ୍ୟବହାର ପରେ ସାଧାରଣ ଜନତାଙ୍କ ନିମନ୍ତେ ଏହା ଉପଲବ୍ଧ ହେବ। ଗୁଲେରିଆ କହିଛନ୍ତି ଯେ ଟିକାଗୁଡିକର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ରହିଛି। ପ୍ରାୟ ୭୦ରୁ ୮୦ ହଜାର ସ୍ବେଚ୍ଛାସେବୀଙ୍କୁ ଟିକା ଦିଆଯାଇଛି। ତଥ୍ୟ ଅନୁଯାୟୀ ପରୀକ୍ଷାମୂଳକ ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଠାରେ କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ଦେଖାଯାଇ ନାହିଁ। ନିରାପତ୍ତା ଓ ସୁରକ୍ଷା ଦୃଷ୍ଟିକୋଣରୁ ଟିକା ପ୍ରସ୍ତୁତିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ବ୍ରିଟେନ ଓ ରୁଷ୍‌ରେ ଆସନ୍ତା ସପ୍ତାହରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଗୁଲେରିଆ ଏପରି କହିଛନ୍ତି। ବ୍ରିଟେନରେ ଫାଇଜର-ବାୟୋଟେକ ପ୍ରସ୍ତୁତ ଟିକାକୁ ବ୍ୟାବହାରିକ ଅନୁମତି ଦିଆଯାଇଥିବାବେଳେ ରୁଷ୍‌ରେ ସ୍ପୁଟନିକ-୫ ଟିକାକୁ ଅନୁମତି ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories