www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଟିକାକରଣ – ଆମେରିକାକୁ ଟପିଲା ଭାରତ

ଭାରତ ସାମୁହିକ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଅଭିଯାନରେ ପୁଣି ଏକ ମାଇଲ୍‍ ଖୁଣ୍ଟ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆମେରିକା ତୁଳନାରେ ଭାରତ ଅଧିକ ଲୋକଙ୍କୁ ଟିକାକରଣ କରିଛି। ଆମେରିକାରେ ଗତ ବର୍ଷ ଡିସେମ୍ବର ୧୪ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭାରତରେ ଚଳିତ ବର୍ଷ ଜାନୁଆରୀ ୧୬ରେ ସାମୁହିକ ଟିକାକରଣ ଆରମ୍ଭ ହୋଇଥିଲା। ସେହିଭଳି ଗତବର୍ଷ ଡିସେମ୍ବର ୨୭ରେ ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସରେ ଟିକାକରଣ ଆରମ୍ଭ ହୋଇଥିଲା। ତେବେ ସମସ୍ତ ଦେଶକୁ ପଛରେ ପକାଇ ଭାରତ ଆଜି ସୁଦ୍ଧା ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକା ଦେଇଛି। ଏ ପର୍ଯ୍ୟନ୍ତ ୪୩ ଲକ୍ଷ ୨୧ହଜାର ୮୯୮ଟି ସେସନ୍‍ରେ ଏହି ଟିକାକରଣ କରାଯାଇଥିବା ଜଣାପଡ଼ିଛି। ସେହି ସମୟ ମଧ୍ୟରେ ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଛି।

ପରିସଂଖ୍ୟାନ ଅନୁଯାୟୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ୧କୋଟି ୧ଲକ୍ଷ ୯୮ହଜାର ୨୫୭ଟି ପ୍ରଥମ ଡୋଜ୍‍ ଟିକା ଏବଂ ୭୨ଲକ୍ଷ ୭ହଜାର ୬୧୭ଟି ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ସମ୍ମୁଖ ଯୋଦ୍ଧାମାନଙ୍କୁ ୧କୋଟି ୭୪ଲକ୍ଷ ୪୨ହଜାର ୭୬୭ ଏବଂ ୯୩ଲକ୍ଷ ୯୯ହଜାର ୩୧୯ଟି ଡୋଜ୍‍ ଟିକା ଦିଆଯାଇଛି। ସେହି ସମୟ ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୮କୋଟି ୪୬ଲକ୍ଷ ୫୧ହଜାର ୬୯୬ ପ୍ରଥମ ଡୋଜ୍‍ ଏବଂ ୧୯ଲକ୍ଷ ୧ହଜାର ୧୯୦ଟି ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ୪୫ରୁ ୫୯ ବର୍ଷ ବୟସ ବର୍ଗରେ ୮କୋଟି ୭୧ଲକ୍ଷ ୧୧ହଜାର ୪୪୫ ଜଣଙ୍କୁ ପ୍ରଥମ ଡୋଜ୍‍ ଦିଆଯାଇଥିବା ବେଳେ ୧ କୋଟି ୪୮ଲକ୍ଷ ୧୨ହଜାର ୩୪୯ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଦିଆଯାଇଛି। ୬୦ବର୍ଷରୁ ଊର୍ଦ୍ଧ୍ବ ୬ କୋଟି ୭୫ଲକ୍ଷ ୨୯ହଜାର ୭୧୩ ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୨କୋଟି ୩୪ଲକ୍ଷ ୮ହଜାର ୯୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories