www.samajalive.in
Sunday, December 7, 2025
14.1 C
Bhubaneswar

୩୪ କୋଟି ଟପିଲା ଟିକାକରଣ, ଦିନକରେ ଟୀକା ନେଇଛନ୍ତି ୪୪ ଲକ୍ଷ

ଦେଶରେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନ ଜୋର ଧରିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ୍‌ ୩୪.୪୧ କୋଟି ଲୋକ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨୦ ଲକ୍ଷ ୮ ହଜାର ୨୧୭ ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୯୭ ହଜାର ୪୫୮ ଜଣ ଦ୍ବିତୀୟ ଡୋଜ୍‌ ଟୀକା ନେଇଛନ୍ତି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାଦିନ ଠାରୁ ଏ ପର୍ଯ୍ୟନ୍ତ ୧୮ରୁ୪୪ ବର୍ଷ ମଧ୍ୟରେ ମୋଟ୍‌ ୯ କୋଟି ୬୧ ଲକ୍ଷ ୮୯ ହଜାର ୯୪୦ ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ୨୩ ଲକ୍ଷ ୭୩ ହଜାର ୫୦୭ ଜଣ ଦ୍ବିତୀୟ ଡୋଜ୍‌‌ ନେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଡୋଜ୍‌ ଦିଆଯାଇଛି ଏବଂ ଆନ୍ଧ୍ରପ୍ର‌ଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା‌, ହିମାଚଳପ୍ରଦେଶ, ଓଡ଼ିଶା, ପଂଜାବ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories