OMC 1 banner

ଟିକାକରଣକୁ ପୂରିଲା ବର୍ଷେ

ନୂଆଦିଲ୍ଲୀ: ଦେଶର ଟିକାକରଣକୁ ଏକ ବର୍ଷ ପୂରଣ ହୋଇଛି । ଗତବର୍ଷ ୨୦୨୧ରେ ଆଜିର ଦିନରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ୨୦୨୧ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ, ପରେ ଦେଶର ବରିଷ୍ଟ ନାଗରିକଙ୍କ ହୋଇଥିଲା ଟିକାକରଣ । ବର୍ତ୍ତମାନ ଦେଶରେ ୧୫୭ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି । ତାହା ସହ ଏବେବି ଦେଶର ୮% ଲୋକ କରୋନାର ପ୍ରଥମ ଡୋଜ୍‍ ନେଇ ନାହାନ୍ତି । ଆଉ ୩୧ ପ୍ରତିଶତ ଲୋକ କରୋନାର ଦ୍ୱିତୀୟ ଡୋଜ୍‍ ନେଇନାହାନ୍ତି । ବର୍ତ୍ତମାନ ସାରା ଦେଶରେ କରୋନାର କଳାବାଦଳ ଚାଲିଥିବା ବେଳେ, ଟିକାକରଣକୁ ଗୁରତ୍ୱ ଦିଆଯାଉଛି।

Comments are closed.