www.samajalive.in
Tuesday, December 9, 2025
16.1 C
Bhubaneswar

ବଲାଙ୍ଗିର : କ୍ରମାଗତ ଭାବେ ଶହେ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗିର : ବଲାଙ୍ଗିର ଜିଲାରେ କ୍ରମାଗତ ଭାବେ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ କିଛି ଦିନ ହେଲା ବଲାଙ୍ଗିର ସହର ସମେତ ଜିଲାର ଅନ୍ୟ ବ୍ଲକ ମାନଙ୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଜିଲା ପ୍ରଶାସନର ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ଶୁକ୍ରବାର ୧୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୧୮୦ ଜଣ ରୋଗୀ ଚିହ୍ନଟ ହୋଇଥିଲେ।
ମିଲିଥିବା ସୂଚନା ଅନୁସାରେ ଶୁକ୍ରବାର ସହରର ୯୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜେନ୍ଦ୍ରପଡାରୁ ଶୁକ୍ରବାର ସର୍ବାଧିକ ୧୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ତାଲପାଲିପଡା, ରୁଗୁଡିପଡା, ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା, ରୁ ୬ ଜଣ ଲେଖାଏଁ ରୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାଲପଡା, ଗାନ୍ଧିନଗରପଡାରୁ ୪ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଟିକ୍ରାପଡା, ପେଲେସଲାଇନ, ଲାଲଟିକ୍ରା, କଲେଜଛକ, ଏସପି ଅଫିସ, ସୁଦପଡା, ରେଡିଓକଲୋନୀ, ରାଧାରାଣୀପଡା, ରୁ ୩ ଜଣ ଲେଖାଏଁ ରୋଗୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି ଜଗନ୍ନାଥପଡା, ବେହେରାପାଲି, ଆନନ୍ଦନଗର, କନ୍ଦପାଲିପଡାରୁ ୨ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ୱସ୍ତିକ ମାର୍ବଲ, ସାଲେପାଲି, ଇନ୍ଦିରାନଗର, ବଲାଙ୍ଗିର ଜେଲ, ମହାଲକ୍ଷ୍ମୀନଗର, ଆର.କେ ଷ୍ଟୋରେଜ, ପୁଲିସ କଲୋନୀ, ବରପାଲିପଡା, ଲର୍କିପାଲି ଆଇଟିଆଇ, ଆଦର୍ଶପଡା, ପୁରୁଣା ରାଜବାଟୀ, ସାଗରପଡା, ତୁଲସୀନଗର, ଦଶମତୀନଗର, ଅଫିସର କଲୋନୀ, ଚନ୍ଦ୍ରଶେଖର ନଗର, ଚିମନୀଭାଟିପଡା, କଂସାରୀପଡା ଓ ଆର.ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଆଗଲପୁର ବ୍ଲକ ଆଗଲପୁର, ରାମପୁର, କୁଟାସିଂହା, ବଲାଙ୍ଗିର ସଦର ବ୍ଲକ ବଲାଙ୍ଗିର, ଗନ୍ଧରେଲ, ପଥରଚେପା, ବେଲପଡା ବ୍ଲକ ବାଲିଖମାର, ଖପ୍ରାଖୋଳ ବ୍ଲକ ଜୁରିଆ, ପାଟଣାଗଡ ବ୍ଲକ ବାଲିପଟା, କେନ୍ଦୁମୁଣ୍ଡି, ପୁଇଁନ୍ତଲା ବ୍ଲକ ଗଇଁନ୍ତଲା, ଅଙ୍କରିଆପଦର, ଆଟଗାଁ ର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଡଭେଲା ବ୍ଲକ ତୁଷୁରାରୁ ୨ଜଣ, ଲୋଇସିଂହା ବ୍ଲକ ଲୋଇସିଂହାରୁ ୬ଜଣ, କନ୍ଦାଯୁରୀର ଜଣେ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ସଇନ୍ତଲା ବ୍ଲକ ବଡମାଲରୁ ୪ ଜଣ, ବରାହମା ଓ ସାଲେମୁଡଗାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେଲା ଲଗାତାର ବଲାଙ୍ଗିରରେ ଶତାଧିକ ରୋଗୀ ଚିହ୍ନଟ ହେବା ଜିଲାବାସୀଙ୍କୁ ଭୟଭୀତ କରିଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories