www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଅପଡେଟ – ୨୪ ଘଣ୍ଟାରେ ୯୨,୯୧୧ଟି ନମୁନା ପରୀକ୍ଷା, ୨୭,୯୨୦ ଆରୋଗ୍ୟ

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ- ଆଇସିଏମ୍‍ଆର କହିଛି ଗତ ୨୪ ଘଣ୍ଟା ଭିତରେ ୯୨ ହଜାର ୯୧୧ଟି କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ୨୦ଲକ୍ଷ ୩୯ ହଜାର ୯୫୨ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଏଥିପାଇଁ ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ୩୬୦ଟି ସରକାରୀ ପରୀକ୍ଷାଗାର ଓ ୧୪୭ଟି ବେସରକାରୀ ପରୀକ୍ଷାଗାରକୁ କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଦେଶରେ ୨୭ ହଜାର ୯୨୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ କୋଭିଡ୍‍ ନାଇଣ୍ଟିନ୍‍ ଆରୋଗ୍ୟ ହାର ୩୪.୦୬ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୧୬୮୫ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ୩ହଜାର ୯୬୭ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ରେ ସଂକ୍ରମିତମାନଙ୍କ ସଂଖ୍ୟା ୮୧ ହଜାର ୯୭୦ରେ ପହଞ୍ଚିଛି। ଗୋଟିଏ ଦିନରେ ୧୦୦ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ସହ ଦେଶରେ ମୃତ୍ୟୁସଂଖ୍ୟା ୨ହଜାର ୬୪୯ରେ ପହଞ୍ଚିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories