www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମୁକାବିଲା – କେନ୍ଦ୍ରର ୩୦ ଅଧିକାରୀ କରିବେ ତଦାରଖ

ସମାଜ ପୋର୍ଟାଲ ଡେସ୍କ: କରୋନାର ସଫଳ ମୁକାବିଲା ଏବଂ ଏଥିପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର ପରିଚାଳନାରେ ରାଜ୍ୟ ସରକାରମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୩୦ ଜଣ ଅଧିକାରୀଙ୍କୁ ପଠାଇଛନ୍ତି। ସେମାନେ ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ହେବା ସହ ରାଜ୍ୟ ସରକାରଙ୍କ ସହଯୋଗରେ କରୋନା ମୁକାବିଲା ଜନିତ ବିଭିନ୍ନ ପ୍ରୟାସର ପ୍ରସ୍ତୁତି ଓ ସମନ୍ୱୟ କାର୍ଯ୍ୟ ଦେଖିବେ। ସଂପୃକ୍ତ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ।

ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସରକାରୀ ଭାବେ ୧୩୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ୧୩୭ ଜଣଙ୍କ ମଧ୍ୟରୁ ୧୧୩ ଜଣ ଭାରତୀୟ ଏବଂ ଅନ୍ୟମାନେ ବିଦେଶୀ। ନୂଆଦିଲ୍ଲୀଠାରେ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଏପର୍ଯ୍ୟନ୍ତ ୧୪ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଦେଶର ସବୁ ଘରୋଇ ପରୀକ୍ଷାଗାରକୁ କରୋନା ସଂକ୍ରମିତଙ୍କ ପରୀକ୍ଷା ମାଗଣାରେ କରିବାକୁ ଅନୁରୋଧ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନୀଲ ମଲିକ କହିଛନ୍ତି ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଭ୍ରମଣକାରୀମାନଙ୍କ ଭିସା ଓ ଅନ୍ୟାନ୍ୟ ତଥ୍ୟାବଳୀ ଜଣାଇବା ନିମନ୍ତେ ଏକ ୨୪ ଘଣ୍ଟିଆ ହେଲ୍‍ପ ଲାଇନ ଖୋଲାଯାଇଛି ଯାହାର ନମ୍ବର ହେଲା ୦୧୧- ୨୪୩୦୦୬୬୬।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories