www.samajalive.in
Sunday, December 7, 2025
14.1 C
Bhubaneswar

ପରିବହନ କ୍ଷେତ୍ରରେ କରୋନା ମାଡ – ମିଳୁନି ଲୋଡିଂ, ଛିଡା ହୋଇଛି ୭୫ ଭାଗ ଟ୍ରକ

ଭୁବନେଶ୍ୱର: କୋଭିଡ-୧୯ର ପ୍ରଭାଵ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଲାଣି। ପରିବହନ କ୍ଷେତ୍ରର କଥା ନ କହିବା ଭଲ। ରାଜ୍ୟରେ କରୋନାର ପ୍ରାରମ୍ଭ ଅବସ୍ଥାରେ ଯେତେବେଳେ ଚାରିଆଡେ ଲକ ଡାଉନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ସେତେବେଳେ ସରକାର ଟ୍ରକ ମାଲିକଙ୍କୁ ଗାଡ଼ି ଚଳାଇବାକୁ ଅନୁରୋଧ କରିଥିଲେ ଆଉ ଭଡା ବି ଯୋଗାଇ ଦେଇଥିଲେ। ହେଲେ ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ଗାଡି ଅଛି ହେଲେ ମାଲିକଙ୍କୁ ଭଡା ମିଳୁନି। ପରିବହନ କ୍ଷେତ୍ରରେ ହୋଇଛି କରୋନା ମାଡ। ଟ୍ରକଗୁଡିକୁ ମାଲ ଲୋଡିଂ ମିଳୁନାହିଁ। ଫଳରେ ଭଡା ନ ମିଳିବାରୁ ରାଜ୍ୟର ପ୍ରାୟ ୭୫ ଭାଗ ଟ୍ରକ ଏବେ ରାସ୍ତା କଡରେ ଛିଡା ହୋଇଛି। ଅନ୍ୟପକ୍ଷରେ ଖଣିଜ ଖନନ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଗାଡି ମାଲିକଙ୍କୁ ଭଡ଼ା ନ ମିଳିବା ପରିବହନ କ୍ଷେତ୍ରରେ ନୈରାଶ୍ୟ ଖେଳାଇଦେଇଛି।

ରାଜ୍ୟରେ ମୋଟ ଦୁଇ ଲକ୍ଷ ଟ୍ରକ ଚଳାଚଳ କରିଥାଏ। କରୋନା ଯୋଗୁ ଏହି ସଂଖ୍ୟା ଢେର କମିଥିବାବେଳେ ଏବେ ସଡକରେ ଗଡୁଛି ମାତ୍ର ଉପରୋକ୍ତ ସଂଖ୍ୟାର ୨୫% ଗାଡି। କରୋନା ପ୍ରଭାବରେ କଳକାରଖାନା ଓ ଶିଳ୍ପ ସଂସ୍ଥାଗୁଡିକ ଆଂଶିକ ଭାବେ ଚାଲୁଛି। ଅନୁଗୋଳ ହେଉ କି ଢେଙ୍କାନାଳ, କଳିଙ୍ଗନଗର ହେଉ କି ଝାରସୁଗୁଡା ସବୁଠି କାରଖାନାଗୁଡିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ରାଜ୍ୟର ଲୁହାପଥର କ୍ଷେତ୍ରରେ ଦୈନିକ ୩୦,୦୦୦-୪୦,୦୦୦ ଟ୍ରକ ଚାଲିଥାଏ। ପାରାଦ୍ୱୀପ ବନ୍ଦରରେ ଦୈନିକ ୨୦୦୦-୨୫୦୦ ଏବଂ ଗୋପାଳପୁରରେ ୫୦୦-୭୦୦ ଟ୍ରକ ଗାଡି ଅନଲୋଡିଂ ହୋଇଥାଏ। ସମ୍ପ୍ରତି ବିଭିନ୍ନ ଖଣିରେ ଗତ ଏକ ମାସ ହେବ କୋଟା ବ୍ୟବସ୍ଥା ଲାଗୁ କରାଯାଇଛି।

- Advertisement -

ଏଥିରେ ବିଭିନ୍ନ ଖଣି ପାଇଁ ଲୋଡିଂ ପାଇବାକୁ ଗାଡିଗୁଡିକୁ ବାଣ୍ଟି ଦିଆଯାଇଛି। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରାମକାନ୍ତ ନାୟକ କୁହନ୍ତି, କୋଟା ବ୍ୟବସ୍ଥାରେ ଯେଉଁ ଖଣିରେ କମ୍ ମାଲ ସେଠାକୁ ଅଧିକ ଆଉ ଅଧିକ ମାଲ ଥିବା ଖଣିକୁ କମ୍ ଟ୍ରକ ଲୋଡିଂ ପାଇଁ ବାଣ୍ଟି ଦିଆଯାଇଛି। ଏଥିଯୋଗୁଁ ବଡ ଖଣିରୁ ଖୁବ କମ ଟ୍ରକକୁ ଲୋଡିଂ ମିଳୁଛି। ଫଳରେ ପାରାଦ୍ୱୀପ ବନ୍ଦରରେ ଦୈନିକ ୨୦୦୦ରୁ କମ୍ ଟ୍ରକ ଅନଲୋଡିଂ କରୁଛନ୍ତି। ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଭଳି ବାହାର ରାଜ୍ୟର ବଡ ଗାଡିକୁ ଖଣିରୁ ଭଡା ମିଳୁଥିବାବେଳେ ରାଜ୍ୟ ମଧ୍ୟର ଛୋଟ ଗାଡିକୁ ମିଳୁନାହିଁ । ବାହାରୁ ଟ୍ରଲର ଆସି ଖଣିରେ ଲାଗୁଛି । ସ୍ଥାନୀୟ ଗାଡି ଛିଡା ହେଉଛି।

ପ୍ରସଙ୍ଗ ଉପରେ ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ କୁହନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଗାଡି ମାଲିକମାନେ କିସ୍ତି ସୁଝିବା ସ୍ଥିତିରେ ଆଉ ନାହାଁନ୍ତି। ଋଣ ମୋରାଟୋରିୟମ ସମୟସୀମା ଚଳିତମାସରେ ଶେଷ ହେଉଛି। ସରକାର ଏହାକୁ ଆଉ ବଢାଇବାକୁ ଆମେ ଅନୁରୋଧ କରୁଛୁ। ସେହିଭଳି ସଡକ ଟିକସ ହ୍ରାସ କରିବାକୁ ଆମେ ରାଜ୍ୟ ସରକାରଙ୍କୁ କେବେଠାରୁ ଦେଇଥିଲେ ସୁଦ୍ଧା ଏହା ଏ ଯାଏ ବିଚାରାଧୀନ ରହିଛି। ସରକାର ବସର ସଡକ ଟିକସ ଏପ୍ରିଲ, ମେ ଓ ଜୁନ ପାଇଁ ସମ୍ପୂର୍ଣ ଏବଂ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପାଇଁ ଆଂଶିକ ଛାଡ଼ କରିଛନ୍ତି। ହେଲେ ସରକାର ଟ୍ରକ କ୍ଷେତ୍ରରେ ଏଭଳି ଟାଳଟୁଳ ନୀତି ଅବଲମ୍ବନ କରିବା ନିନ୍ଦନୀୟ ବୋଲି ଶ୍ରୀ ଶତପଥି କହିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories