www.samajalive.in
Sunday, December 7, 2025
14.1 C
Bhubaneswar

କରୋନାର ଦ୍ବିତୀୟ ଲହର, ବିବଶତାର ବିକଳ ଚିତ୍ର

ବାରାଣସୀ: କରୋନାର ଦ୍ବିତୀୟ ଲହର କେମିତି ଲୋକଙ୍କୁ ବିବଶ କରୁଛି ତାହାର ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ଯେ ଆକ୍ରାନ୍ତଙ୍କୁ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରାଯାଉଛି। ଡାକ୍ତରଖାନା ସମ୍ମୁଖରେ ଆମ୍ବୁଲାନ୍ସର ଲମ୍ବା ଧାଡ଼ି ସରକାରଙ୍କ ପ୍ରସ୍ତୁତିର ନଗ୍ନଚିତ୍ର ପ୍ରଦର୍ଶନ କରୁଛି। ଆଉ କେଉଁଠି ଆକ୍ରାନ୍ତଙ୍କୁ ଧରି ପରିବାର ଲୋକେ ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି; ପୁଣି ଚିକିତ୍ସା ନ ପାଇ ରାସ୍ତାରେ ରୋଗୀଙ୍କ ପ୍ରାଣ ଚାଲିଯାଉଛି। କେଉଁଠି ଡାକ୍ତରଖାନାର ଭୟାନକ ଅବସ୍ଥା ଦେଖି ଆକ୍ରାନ୍ତ ତ୍ରାହି ତ୍ରାହି ଡାକୁଛନ୍ତି। ଆକ୍ରାନ୍ତଙ୍କ ମୃତ ଶରୀରକୁ ପୋଡ଼ିବାକୁ ଜାଗା ମିଳୁ ନାହିଁ। ଶ୍ମଶାନ ବାହାରେ ଏଥିପାଇଁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି ତ’ ଶ୍ମଶାନ ଭିତର ଅବସ୍ଥା ଦେଖିହେବ ନାହିଁ। ସେଠାରେ କ୍ଷମତାଠୁଁ ଅଧିକ ଶବ ସତ୍କାର କରାଯାଉଛି। କେଉଁଠି ପୋଡ଼ିବା ପାଇଁ କାଠ ମିଳୁନି ତ କେଉଁଠି ଶବଦହ ଚୁଲା ବି ତରଳିଯାଉଛି। ପ୍ରିୟଜନ ମୃତଦେହ ଛାଡ଼ି ଚାଲିଆସୁଛନ୍ତି। ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ; ମହାମାରୀର ଏମିତି ଅନେକ କରୁଣ ଦୃଶ୍ୟ ସଚେତନ ଲୋକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଉଛି।

ଆମ୍ବୁଲାନ୍ସ ମିଳିଲାନି, ପୁଅର ମୃତଦେହକୁ ଅଟୋରେ ନେଲେ ମାଆ
ଉତ୍ତର ପ୍ରଦେଶର ବାରାଣସୀରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି; ଯାହାକୁ ଦେଖିବା ମାତ୍ରେ ଆଖି ବନ୍ଦ ହୋଇଯିବ। ଜୌନ୍‌ପୁରର ଜଣେ ମହିଳା ବୃକ୍‌କ ରୋଗାକାନ୍ତ ନିଜ ପୁଅକୁ ଧରି ଏକାଧିକ ଡାକ୍ତରଖାନା ବୁଲିଲେ; କିନ୍ତୁ ଚିକିତ୍ସା ହୋଇପାରିଲାନି। ବନାରସ୍‌ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ) ମେଡିକାଲ କଲେଜକୁ ଗଲେ ମଧ୍ୟ ସେଠାରେ ଗ୍ରହଣ କରାଗଲା ନାହିଁ। ଆମ୍ବୁଲାନ୍ସ ମିଳିଲା ନାହିଁ ଯେ ଏକ ଅଟୋ ରିକ୍ସାରେ ଧରି ଏମିତି ବୁଲୁବୁଲୁ ପୁଅର ପ୍ରାଣବାୟୁ ଉଡ଼ିଗଲା। ପୁଅର ମୃତଦେହକୁ ଅଟୋରେ ଧରି ଯାଉଥିବାର ଦୃଶ୍ୟ ଅନେକଙ୍କ ଛାତି ଥରାଇ ଦେଇଛି। ମା’ ଅଟୋରେ ବସିଥିବାବେଳେ ପାଦ ତଳେ ପଡ଼ିଥିଲା ପୁଅର ମୃତଦେହ। ଯୁବକ ପୁଅକୁ ଶେଷ ସମ୍ମାନ ଦେବା ପାଇଁ ବିବଶ ମା’କୁ ସୁଯୋଗ ମିଳିଲା ନାହିଁ; ଏଥିପାଇଁ କେହି ଆଗେଇ ମଧ୍ୟ ଆସିଲେ ନାହିଁ।

- Advertisement -

ଚିକିତ୍ସା ହୋଇପାରିଲାନି – ବାଟରେ ମୃତ୍ୟୁ, ପଡ଼ିରହିଲା ମୃତଦେହ
ଅନ୍ୟ ଏକ ହୃଦୟ ବିଦାରକ ଘଟଣାର ଖବର ମିଳିଛି ଗାଜିଆବାଦ ଅଞ୍ଚଳରୁ। ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ରହୁଥିବା ୟୁଦ୍ଧବୀର ସିଂହ ନିଜର ୭୦ ବର୍ଷୀୟ ବାପାଙ୍କୁ ଚିକିତ୍ସା ପାଇଁ ମୋଟର ସାଇକଲରେ ବସାଇ ରାଜଧାନୀର ଏକାଧିକ ଡାକ୍ତରଖାନା ବୁଲିଲେ; କିନ୍ତୁ କୌଣସିଠାରେ ଶଯ୍ୟା ମିଳିଲାନି। ବାପାଙ୍କୁ ଜ୍ବର ହୋଇଥିଲା ଓ ତାଙ୍କର ଅମ୍ଳଜାନସ୍ତର କମିଯାଉଥିଲା। ନିରାଶ ହୋଇ ସେ ବାପାଙ୍କୁ ଧରି ଗାଜିଆବାଦରେ ପହଞ୍ଚିଲେ। ସେଠାରେ ମ୍ୟାକ୍ସ ହସ୍ପିଟାଲରୁ ବାହାରି ନବୀନ ହସ୍ପିଟାଲ ଆଡକୁ ଯିବାବେଳେ ରାସ୍ତାରେ ବାପା ମୋଟର ସାଇକଲରୁ ଖସି ପଡ଼ିଲେ। ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। କଥା ଏତିକିରେ ଶେ​‌ଷ ହେଲା ନାହିଁ। ବାପାଙ୍କ ମୃତଦେହ ରାସ୍ତାରେ ପ୍ରାୟ ଦୁଇ ଘଣ୍ଟା ଯାଏଁ ପଡ଼ିର​ହିଲେ ମଧ୍ୟ ମାନବିକତା ଦେଖାଇ ସହାୟତା ପାଇଁ କେହି ଜଣେ ଆଗେଇ ଆସିଲେ ନାହିଁ। ପୁଲିସ କିମ୍ବା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସହଯୋଗ କଲେ ନାହିଁ। ଶେଷରେ କୋୖଶମ୍ବି କାଉନସିଲର ମନୋଜ ଗୋୟଲ ଆମ୍ବୁଲାନ୍ସ ଡାକି ମୃତଦେହ ଦିଲ୍ଲୀ ପଠାଇଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories