www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ମୃତ୍ୟୁରେ ଜୁଲାଇକୁ ବଳିଗଲା ଅଗଷ୍ଟ

ବ୍ରହ୍ମପୁର : କୋଟି କୋଟ ଟଙ୍କା ଖର୍ଚ୍ଚ କରି ୩ଟି ଡେଡିକେଟେଡ କୋଭିଡ ହସପିଟାଲ ସହ ପ୍ଲାଜମା ବ୍ୟାଙ୍କ ସ୍ଥାପନ ସତ୍ତ୍ବେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁକୁ ରୋକି ହେଉନି । ସୋମବାର ପୁଣି ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୭୯ରେ ପହଞ୍ଚିଛି‌। ଗଞ୍ଜାମରେ ଜୁଲାଇ ମାସରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୫ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଗଞ୍ଜାମ ପାଇଁ ଜୁଲାଇ ଘାତକ ବୋଲି କୁହାଯାଉଥିଲା । ହେଲେ ଏବେ ଜୁଲାଇକୁ ପଛରେ ପକାଇ ଦେଇଛି ଅଗଷ୍ଟ ମାସ । କେବଳ ଅଗଷ୍ଟ ମାସରେ କରୋନା ଜିଲାର ୭୯ ଜଣ ମୁଣ୍ଡ ନେଇଛି।

ସୋମବାର ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରେ ମଧୁମେହ ଓ ହୃଦ୍‌ଜନିତ ରୋଗରେ ପୀଡ଼ିତ ଥିବା ଜଣେ ୭୦ ବର୍ଷୀୟ ବୃଦ୍ଧ, ମଧୁମେହ ସହ ଅନ୍ୟ ରୋଗରେ ପୀଡିତ ଜଣେ ୬୮ ବର୍ଷୀୟ ମହିଳା, ମଧୁମେହ ସହ ଅନ୍ୟ ରୋଗରେ ପୀଡ଼ିତ ଜଣେ ୬୦ ବର୍ଷୀୟ ବ୍ୟକ୍ତି, କେବଳ ମଧୁମେହରେ ପୀଡ଼ିତ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ସହ ଜଣେ ୬୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ରବିବାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତ୍ୟେକ ଦିନି ଏକାଧିକ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉଥିବା ନଜିର ରହିଛି । ଜୁନ ମାସ ଶେଷ ସୁଦ୍ଧା ଜିଲାରେ କରୋନାଜନିତ ମୃତ୍ୟୁ ୧୫ ଜଣରେ ସୀମିତ ଥିଲା।

- Advertisement -

ଜୁଲାଇରେ ହୁ ହୁ ହୋଇ ପଜିଟିଭ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା । ସେହି ମାସରେ ୭୫ଜଣଙ୍କ ମୃତ୍ୟୁ ହୋଇଥିଲା । ଜୁଲାଇ ମାସ ଚିନ୍ତା ବଢାଇଥିବାରୁ ଗଞ୍ଜାମ ଜିଲାରେ କରୋନାକୁ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇଥିଲା । ଶୀତଲାପଲ୍ଲୀ ସ୍ଥିତ ଟାଟା ମେଡିକା କୋଭିଡ ହସପିଟାଲ ଥିବା ସତ୍ତ୍ବେ କୋଟି କୋଟ ଟଙ୍କା ଖର୍ଚ୍ଚ କରି କନିଷି ଠାରେ ଅଶ୍ବିନୀ କୋଭିଡ ହସପିଟାଲ ଓ ଏମକେସିଜି ମେଡିକାଲ କଲେଜ ଭିତରେ ଡେଡିକେଟେଡ କୋଭିଡ ହସପିଟାଲ ସ୍ଥାପନ କରାଯାଇଥିଲା । ଅଗଷ୍ଟ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିରେ ଏହି ନୂତନ ୨ କୋଭିଡ ହସପିଟାଲକୁ ଉଦ୍‌ଘାଟନ କରିଥିଲେ ।

ଜିଲାରେ କରୋନା ମୁକାବିଲା ତଥା ମୃତ୍ୟୁ ସଂଖ୍ୟା ରୋକିବାରେ ଏହି ୨ ହସପିଟାଲ ସହାୟ ହେବ ବୋଲି ସେତେବେଳେ କୁହାଯାଇଥିଲା । ଏହାର ୪ ଦିନ ପରେ ଏମକେସିଜିରେ ରାଜ୍ୟ ସରକାର ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିଥିଲେ । ଏହା ମଧ୍ୟ ଜିଲାରେ ମୃତ୍ୟୁ ସଂଖ୍ୟା ରୋବିକାରେ ସହାୟ ହେବ ବୋଲି କୁହାଯାଇଥିଲା। କିନ୍ତୁ ଜିଲାରେ ମୃତ୍ୟୁ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଆଉ ତାହାର ପ୍ରକୃତ କାରଣ ଜଣାପଡୁନାହିଁ । ଜିଲା ପ୍ରଶାସନ ନୂତନ କରୋନା ପଜିଟିଭ ବୃଦ୍ଧିରେ ବ୍ରେକ ଲଗାଇବାରେ ସଫଳ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ରୋକିବାରେ ବିଫଳ ହୋଇଥିବା କୁହାଯାଉଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories