www.samajalive.in
Tuesday, December 9, 2025
26.1 C
Bhubaneswar

କାଶିବା ଶବ୍ଦରୁ ଚିହ୍ନଟ ହେବ କରୋନା ସଂକ୍ରମଣ

ମୁମ୍ବଇ: କୋଭିଡ-୧୯କୁ ଚିହ୍ନଟ ତଥା ଏହାର ଉପଚାର କରିବା ନିମନ୍ତେ ବିଶ୍ୱ ସ୍ତରରେ ଗବେଷକମାନେ ବିଭିନ୍ନ ପ୍ରକାରର ନୂତନ ଯନ୍ତ୍ରାଂଶର ଉଦ୍ଭାବନ କରୁଥିବାବେଳେ ଏତିରୁ ସୁରକ୍ଷା ଲାଗି ନାନା ଉପାୟ ବାହାର କରୁଛନ୍ତି। ଏହି କ୍ରମରେ ପିଟର୍ସବର୍ଗର କାର୍ନେଗୀ ମେଲନ ୟୁନିଭର୍ସିଟିର ପ୍ରଫେସର ରୀତା ସିଂହ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଯାହାକି ବ୍ୟକ୍ତିଙ୍କ କାଶିବା ଶବ୍ଦ, ତାଙ୍କ କଥା କହିବା ଶୈଳୀ ଏବଂ ଶ୍ୱାସକ୍ରିୟା ସମ୍ପାଦନ କରିବାର ଶବ୍ଦରୁ କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରିପାରିବ। ସମ୍ପ୍ରତି ଗବେଷକମାନେ ରୋଗୀଙ୍କ କଣ୍ଠସ୍ୱର ସେମାନଙ୍କ କାଶିବା ଶବ୍ଦର ରେକର୍ଡିଂ କରୁଛନ୍ତି। ପରେ ଏଆଇ ଆଲଗୋରିଦିମ ମାଧ୍ୟମରେ ଏହି ରେକର୍ଡିଂରୁ ସମ୍ପୃକ୍ତ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ କି ନୁହେଁ ତାହା ସ୍ପଷ୍ଟ କରାଯାଉଛି।

କୋଭିଡ-୧୯ ଭୂତାଣୁ ଚିହ୍ନଟକାରୀ ଯନ୍ତ୍ର ସମ୍ବନ୍ଧରେ ପ୍ରଫେସର ସିଂହ କହିଛନ୍ତି ଏହା ସାଧାରଣ ବ୍ୟକ୍ତିଙ୍କ କାନକୁ ଶୁଣାଯାଉ ନ ଥିବା ସୁକ୍ଷ୍ମରୁ ଅତି ସୁକ୍ଷ୍ମ ସ୍ୱରକୁ ମଧ୍ୟ ଚିହ୍ନଟ କରିପାରେ। ଫୁସଫୁସ ବା ଶ୍ୱସନଳୀକୁ ପ୍ରଭାବିତ କରିବା ଭଳି ସ୍ଥିତି ସୃଷ୍ଟି କରୁଥିବା କୋଭିଡ -୧୯ ପରିି ସଂକ୍ରମଣକୁ ଏହା ଚିହ୍ନଟ କରିବାରେ ସହାୟକ ହେବ। ଏଥିସହ ସଂକ୍ରମଣର ସ୍ତରକୁ ଚିହ୍ନିବାରେ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ। ମୁମ୍ବଇର ୱାଧବାନୀ ଇନ୍‍ଷ୍ଟିଚ୍ୟୁଟ ଫର ଆକ୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଧ୍ୟ ଏହିଭଳି ଏକ ଉପକରଣ ପ୍ରସ୍ତୁତ କରିଛି। କଫ୍‍ ଏଗେନ୍‍ଷ୍ଟ କୋଭିଡ ନାମକ ଏହି ମୋବାଇଲ ଆପ ୟୁଜରଙ୍କୁ ନିଜର କାଶର ଶବ୍ଦ ରେକର୍ଡିଂ କରିବାକୁ କୁହନ୍ତି ଯାହାଦ୍ୱାରା କରୋନା ସଂକ୍ରମଣ ଚିହ୍ନଟ ହୋଇଥାଏ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories