www.samajalive.in
Sunday, December 7, 2025
26.1 C
Bhubaneswar

ନାଇଟ୍ରୋଜେନ୍ ପ୍ଲାଣ୍ଟକୁ ଅମ୍ଳଜାନ ପ୍ଲାଣ୍ଟରେ ପରିବର୍ତ୍ତନ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର୍ଯ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅମ୍ଳଜାନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ।

ବର୍ତ୍ତମାନର ପ୍ରେସ ସ୍ବିଙ୍ଗ ଆଡସର୍ପସନ (ପିଏସଏ) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅମ୍ଳଜାନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଛି। ନାଇଟ୍ରୋଜେନ ପ୍ଲାଣ୍ଟରେ କାର୍ବନ ମଲିକୁଲାର ସିଭ (ସିଏମଏସ)ର ଉପଯୋଗ କରାଯାଇଥାଏ। ଅନ୍ୟପଟେ ଅକ୍ସିଜେନ ଉତ୍ପାଦନ ଲାଗି ଜିୟୋ ଲାଇଟ ମଲିକୁଲାର ସିଭ (ଜେଡଏମଏସ)ର ଆବଶ୍ୟକତା ହୋଇଥାଏ। ସେଥିପାଇଁ ସିଏମଏସକୁ ଜେଡ୍ଏମଏସ ସହିତ ବଦଳାଇ ଏବଂ ଆହୁରି କେତେକ ପରିବର୍ତ୍ତନ ଯେପରିକି ଅକ୍ସିଜେନ ଆନାଲାଇଜର, କଣ୍ଟ୍ରୋଲ ପ୍ୟାନେଲ ପ୍ରଣାଳୀ, ପ୍ରବାହ ଭାଲଭ୍ ଆଦି ସହିତ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ ଲାଗି ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ।

- Advertisement -


ଉଦ୍ୟୋଗଗୁଡ଼ିକ ସହିତ ବିଚାର-ବିମର୍ଶ କରିବା ପରେ ବର୍ତ୍ତମାନ ସୁଦ୍ଧା ୧୪ଟି ଉଦ୍ୟୋଗ ଚିହ୍ନଟ କରାଯାଇଛି, ଯେଉଁଠି ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକର ରୂପାନ୍ତରଣ କାମ ପ୍ରଗତି ପଥରେ ରହିଛି। ଏହାବ୍ୟତୀତ, ଉଦ୍ୟୋଗ ସଂଘଗୁଡ଼ିକ ସହାୟତାରେ ୩୭ଟି ନାଇଟ୍ରୋଜେନ ପ୍ଲାଣ୍ଟକୁ ଏହି କାର୍ଯ୍ୟ ନିମନ୍ତେ ଚିହ୍ନଟ କରାଯାଇଛି।

ଅକ୍ସିଜେନ ଉତ୍ପାଦନ ଲାଗି ସଂଶୋଧିତ ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ନିଟକସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରିବ କିମ୍ବା ଯଦି ଏସବୁ ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯିବା ସମ୍ଭବ ହେବ ନାହିଁ ତା’ହେଲେ ଏଗୁଡ଼ିକର ଉପଯୋଗ ଆବଶ୍ୟକ ସ୍ଥାନରେ ଅମ୍ଳଜାନ ଉତ୍ପାଦନ ନିମନ୍ତେ କରାଯାଇପାରିବ। ଯାହାକୁ ସ୍ବତନ୍ତ୍ର ସିଲିଣ୍ଡର ଜରିଆରେ ଡାକ୍ତରଖାନାରେ ପହଞ୍ଚା ଯାଇପାରିବ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories