www.samajalive.in
Sunday, December 7, 2025
13.1 C
Bhubaneswar

ଚୁକ୍ତିଭିତ୍ତିକରୁ ମୁକ୍ତି ପାଇବେ ୯୦୦୦ କର୍ମଚାରୀ

ଭୁବନେଶ୍ବର: ଦୀର୍ଘବର୍ଷ ପରେ ଚୁକ୍ତିଭିତ୍ତିକରୁ ମିଳିବ ମୁକ୍ତି। ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ୯ ହଜାର ଏନଏଚଏମ୍‌ କର୍ମଚାରୀ ଉପକୃତ ହେ‌େ‌ବ। ଏନେଇ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଥିବା ଓଡିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀ ସଂଘ ସ୍ପଷ୍ଟ କରିଛି।

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଭେଟି ଆଲୋଚନା କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସ୍ୱଳ୍ପ ଦରମାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସେମାନେ ଅବଗତ କରାଇଥିଲେ। ରାଜ୍ୟ ସରକାର ଏନଏଚଏମ କର୍ମଚାରୀଙ୍କ ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଓ ଏହା ଉପରେ ବିଚାର ଚାଲିଛି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ଜରିଆରେ ସ୍ଥାୟୀ ସମାଧାନ କରିବାର ବ୍ୟବସ୍ଥା କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଥିବା ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ସମାଧାନ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମାଝୀ କହିଥିଲେ।

- Advertisement -

ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ। ସେମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଓ ସରକାର ସମସ୍ତଙ୍କୁ ସ୍ଥାୟୀ କରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଦରମା ବୃଦ୍ଧି, ରାଜ୍ୟ ପ୍ରୋତ୍ସାହନ ରାଶି ବୃଦ୍ଧି, ସମସ୍ତଙ୍କୁ ବୀମାଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରାଯିବ ବୋଲି ସଭାପତି ଶ୍ରୀ ସାମଲ ସଂଘ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡା, ସାଧାରଣ ସମ୍ପାଦକ ଗୋପବନ୍ଧୁ କର, କୋଷାଧକ୍ଷ ଆଶୁତୋଷ ମିଶ୍ର, ସହ ସମ୍ପାଦକ ପ୍ରଦୀପ୍ତ ମଲ୍ଲ ଓ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories