ସୁରକ୍ଷା ପ୍ରତ୍ୟାହାରର ଗୋଟିଏ ଦିନ ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ ହତ୍ୟା

ଡେସ୍କ: ପଞ୍ଜାବର ମନସା ଠାରେ ଆଜି ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିରେ ଗୁରୁତର ମୋଜ ୱାଲାଙ୍କୁ ମନସା ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କୁ ପଞ୍ଜାବ ପୁଲିସ ଯୋଗାଇ ଦେଇଥିବା ସୁରକ୍ଷା ବ୍ୟବସ୍ଥା ଗତକାଲି ପ୍ରତ୍ୟାହାର କରିନେଆ ପରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ପଞ୍ଜାବ ପୁଲିସ ଅନ୍ୟ ୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିଛି। ସୂଚନାଯୋଗ୍ୟ, ଗାୟକ ମୋଜ ୱାଲା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ବର୍ଷ ଡିସେମ୍ବରରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

Comments are closed.