www.samajalive.in
Sunday, December 7, 2025
18.1 C
Bhubaneswar

ଅଧ୍ୟକ୍ଷ ପଦବୀକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ; ସୋନିଆଙ୍କୁ ଭେଟିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ ନୂଆ କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ପଦବୀକୁ ନେଇ ବିବାଦ ଘନେଇବାରୁ ଦଳ ଦୁଇଭାଗ ହୋଇଯାଇଛି। କିଛି ଦଳୟୀ ସମର୍ଥନ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଅଧ୍ୟକ୍ଷ କରିବାକୁ ଦାବି କରୁଥିବାବେଳେ ମୁଖ୍ୟମନ୍ତ୍ରୀ କମଲନାଥ ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏହି ପଦବୀ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ନେଇ ସିନ୍ଦିଆଙ୍କ ସମର୍ଥକ ଏବଂ କମଲନାଥଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ଫଳରେ ମୁଖ୍ୟମନ୍ତ୍ରୀ କମଲନାଥ ଅଚାନକ ଦିଲ୍ଲୀ ଯାଇ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ପରେ କମଲନାଥ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା ଫଳପ୍ରଦ ହୋଇଛି। ଅନେକ ପ୍ରସଙ୍ଗ ଉପରେ କଥା ହୋଇଛୁ। କିନ୍ତୁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସେ ଜଣାଇ ନାହାନ୍ତି।

ଅନ୍ୟପଟେ ସିନ୍ଦିଆଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖିବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ କରି ଦତିୟା ଜିଲା କଂଗ୍ରେସ ଅଧ୍ୟକ୍ଷ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖାଯିବ, ତେବେ ସେ ତାଙ୍କ ୫୦୦ ସମର୍ଥକଙ୍କ ସହିତ ସମୂହ ଇସ୍ତଫା ଦେବେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories