www.samajalive.in
Tuesday, December 9, 2025
16.1 C
Bhubaneswar

କଚେରୀ ଛକରେ କଂଗ୍ରେସର ବିକ୍ଷୋଭ, ବଲାଙ୍ଗିରକୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ

ବଲାଙ୍ଗିର:ବଲାଙ୍ଗିର ଜିଲାକୁ ରାଜ୍ୟ ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ କରି କଚେରୀ ଛକରେ ବଲାଙ୍ଗିର ଜିଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବା ସହ ୧୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ବଲାଙ୍ଗିର ବିଧାୟକଙ୍କ ଉଦ୍ୟମରେ ବଲାଙ୍ଗିରରେ ବିଭିନ୍ନ ବିଭାଗର ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି। ଯାହା ଜିଲାର ତଳ ସ୍ତର ଲୋକମାନଙ୍କର ଅର୍ଥନୈତିକ ବିକାଶ କରିବ ସେ ଦିଗରେ ସରକାର ସମ୍ପୁର୍ଣ୍ଣ ଭାବେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।
ଆଗାମୀ ଦିନରେ ସରକାରଙ୍କ ବଲାଙ୍ଗିର ପ୍ରତି ଥିବା ବୈମାତୃକ ମନୋଭାବର ଉଚିତ ଜବାବ ଲୋକେ ନିଶ୍ଚୟ ଦେବେ। ଗୁରୁବାର ଜିଲାପାଳ ଅଫିସ ସମ୍ମୁଖରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ରାଜ୍ୟ କଂଗ୍ରେସର ବରିଷ୍ଠ ପ୍ରବକ୍ତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ମତ ଦେଇଛନ୍ତି। ଜିଲା ସଭାପତି ଦିଲୀପ ବେହେରା, ଜିଲା କିଷାନ ସେଲ୍ ସଭାପତି ସାନନ୍ଦ ମିଶ୍ର, ଜିଲା ଉପ ସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନି, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲା ଉପ ସଭାପତି ସନ୍ତକ ବହିଦାର, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ମୁଖ୍ୟ ଅଜୟ ବାଲି, ଜିଲା କଂଗ୍ରେସର ଲିଗାଲ ସେଲ ଅଧ୍ୟକ୍ଷ ଉମାକାନ୍ତ ସାହୁ, ରାମଜୀ ଚୈଧୁରୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ସୋମନାଥ ପଟେଲ, ସୁବ୍ରତ ତ୍ରିପାଠୀ ପ୍ରମୁଖ ରାଜ୍ୟ ସରକାରଙ୍କ ବଲାଙ୍ଗିର ପ୍ରତି କ୍ରମାଗତ ଅବହେଳା ବିରୋଧରେ ପ୍ରତିବାଦ ଜଣାଇବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଜଳସେଚନ ପାଇଁ ତେଲ ଓ ସୋନଗଡ ନଦୀ ଉପରେ ବ୍ୟାରେଜ, ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ବିଦ୍ୟାଳୟ ଓ ସ୍କୁଲରେ ଖାଲିଥିବା ଶିକ୍ଷକ, କର୍ମୀ ଓ ଅଧ୍ୟାପକ ପଦ ପୂରଣ, ଜିଲାରେ ହୋଇଥିବା ୩୫ କୋଟି ଟଙ୍କାର ଊର୍ଦ୍ଧ୍ବ ଧାନକିଣା ଦୁର୍ନୀତିର ତଦନ୍ତ, ବିଡିସିସି ବ୍ୟାଙ୍କ ଦୁର୍ନୀତିର ଦୋଷୀଙ୍କୁ ଦଣ୍ଡ, ଡାକ୍ତରଖାନାରେ ଖାଲି ଥିବା ଡାକ୍ତର ପଦ ପୂରଣ ଓ ବିବିଏମ୍ସିଏଚ୍‌ରେ ସୁପର ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି, ବଲାଙ୍ଗିର ତଥା ଦେଓଗାଁ ବ୍ଲକ ଅଞ୍ଚଳରେ ଥିବା ବନ୍ଧକଟାର ପୁନରୁଦ୍ଧାର ସହ ଜଳଧାରଣ କ୍ଷମତା ବଢାଇବା, ଗରିବ, ଭୂମିହୀନ, ବାସହୀନଙ୍କୁ ବିନା ମୂଲ୍ୟରେ ବାସ ଉପଯୋଗୀ ଜମି ଓ ଘର, ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର, ରାଣୀପୁର ଝରିଏଲ ଓ ଭୀମଡୁଙ୍ଗୁରିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ, ଦାଦନ ସମସ୍ୟାର ଦୂରିକରଣ ସହ ବେକାରୀ ଯୁବକମାନଙ୍କ ପାଇଁ କର୍ମସଂସ୍ଥାନ ନହେଲେ ବେକାରୀ ଭତ୍ତା ପ୍ରଦାନ ଦାବି ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବି ପତ୍ର ଅତିରିକ୍ତ ଜିଲାପାଳ ଆନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ହସ୍ତାନ୍ତର କରାଯାଇଥିଲା। ଶେଷରେ କଂଗ୍ରେସ ନେତା ପ୍ରିୟବ୍ରତ ପଣ୍ଡା ଧନ୍ୟବାଦ ଦେଇଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories