ଭୁବନେଶ୍ଵର: ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ‘ନ୍ୟାୟ’ ଯୋଜନାରେ ୨୦ ପ୍ରତିଶତ ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଦିଆଯିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଥିବାବେଳେ ରାଜ୍ୟ କଂଗ୍ରେସ ମଧ୍ୟ ନିଜ ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି। ରାହୁଲଙ୍କ ଘୋଷଣା ଅନୁଯାୟୀ ଓଡ଼ିଶାରେ ଗରିବଙ୍କୁ ୬ ହଜାର ଟଙ୍କାର ଆୟ ଗ୍ୟାରେଣ୍ଟି ଦିଆଯିବ। ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ୬ ହଜାର ଟଙ୍କା ରଖାଯିବ। ସେହିପରି ଅଙ୍ଗନୱାଡି କର୍ମୀଙ୍କ ନିଯୁକ୍ତିକୁ ନିୟମିତ କରାଯିବ ଏବଂ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ରାଜ୍ୟ କଂଗ୍ରେସ।
ଇସ୍ତାହାରରେ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ହେଲା:-
୧- ପ୍ରତି ପରିବାରର ଜଣେ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ଦିଆଯିବ। ଚାକିରି ନ ମିଳିବା ଯାଏ ଯୁବକଙ୍କୁ ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା ପ୍ରଦାନ କରାଯିବ
୨-ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼, ଋଣ ପରିଶୋଧ କରିସାରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ ହେବ
୩-ସମସ୍ତ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ
୪-ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଶୁଳ୍କ ଛାଡ଼ କରାଯିବ
୫-ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମହିଳାଙ୍କୁ ମୁକ୍ତ ଶିକ୍ଷା ବ୍ୟବସ୍ଥା
୬-ବିଧବା ମହିଳାଙ୍କୁ ୨ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ
୭-୮୦ବର୍ଷରୁ ଊର୍ଦ୍ଧ୍ଵ ମହିଳାଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ
୮-ମହିଳାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯିବ
୯-ଅଙ୍ଗନୱାଡ଼ିରେ କାମ କରୁଥିବା ମହିଳାଙ୍କ ଚାକିରି ନିୟମିତ କରାଯିବ, ସର୍ବନିମ୍ନ ଦରମା ୯ ହଜାର ଟଙ୍କା ହେବ
୧୦-ସବୁ ବର୍ଗର ଶିକ୍ଷକଙ୍କୁ ଗୋଟିଏ କେନ୍ଦ୍ରୀୟ ହାରରେ ଦରମା ଦିଆଯିବ
୧୧-୨୦୧୪ ସୁଦ୍ଧା ସବୁ ଭୂମିହୀନଙ୍କୁ ଭୂମି ଏବଂ ବାସଗୃହ ଯୋଗାଇ ଦିଆଯିବ
୧୨-ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେବ



