www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା; ମନୋଜ ତିୱାରୀଙ୍କ ବିରୋଧରେ ଲଢ଼ିବେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ଦଳ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଚଳିତ ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢିବା ନିଶ୍ଚିତ ହୋଇଛି। ଏହି ଆସନରୁ ବିଜେପି ମନୋଜ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ କଂଗ୍ରେସ ଚାନ୍ଦିନୀଚୌକ ଆସରୁ ଜେ.ପି. ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ପୂର୍ବ ଦିଲ୍ଲୀରୁ ଅରବିନ୍ଦର ସିଂହ ଲଭ୍‌ଲି, ନୂଆଦିଲ୍ଲୀରୁ ଅଜୟ ମାକେନ, ଉତ୍ତର-ପୂର୍ବ ଦିଲ୍ଲୀରୁ ରାଜେଶ ଲିଲୋଥିଆ, ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରିଛି।

Image courtesy: TImes Now

ଗତ ରବିବାର ବିଜେପି ମଧ୍ୟ କେତେକ ଆସନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଥିଲା। ତାଲିକା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଚାନ୍ଦିନୀଚୌକ ଆସନରୁ ନିର୍ବାଚନ ମଇଦାକୁ ଓହ୍ଲାଇଛନ୍ତି। ସେହିପରି ପଶ୍ଚିମ ଦିଲ୍ଲୀରୁ ପ୍ରଭେଶ ବର୍ମା ଏବଂ ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁରିଙ୍କୁ ଦଳ ପ୍ରାର୍ଥୀ କରିଛି।

- Advertisement -

ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌) ସମସ୍ତ ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆପ୍‌ ପଶ୍ଚିମ ଦିଲ୍ଲୀ ଆସନରୁ ବଲବୀର ସିଂହ ଜାଖରଙ୍କୁ ଟିକେଟ ଦେଇଥିବାବେଳେ ପୂର୍ବ ଦିଲ୍ଲୀରୁ ଅତିଶି, ଊତ୍ତର-ପୂର୍ବ ଦିଲ୍ଲୀରୁ ଦିଲୀପ ପାଣ୍ଡେ, ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଗୁଗନ ସିଂହ, ଦକ୍ଷିଣ ଦିଲ୍ଲୀରୁ ରାଘବ ଚଢ଼ା, ନୂଆଦିଲ୍ଲୀରୁ ବ୍ରିଜେଶ ଗୋୟଲ ଏବଂ ଚାନ୍ଦିନୀଚୌକରୁ ପଙ୍କଜ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories