www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀ ପୁଲିସ ନିକଟରେ ଆଇନଜୀବୀଙ୍କ ଅଭିଯୋଗ, ମମତା ବାନାର୍ଜୀଙ୍କ ମନ୍ତବ୍ୟ ଉତ୍ତେଜନାମୂଳକ

ଡେସ୍କ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୁଧବାର ମନ୍ତବ୍ୟ ଉତ୍ତେଜନାମୂଳକ ଏବଂ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦିଆଯାଇଥିବା ଅଭିଯୋଗ କରି ଜଣେ ଓକିଲ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ବିନୀତ ଜିନ୍ଦଲଙ୍କ ଦ୍ୱାରା ଦାୟର ହୋଇଥିବା ଏହି ଅଭିଯୋଗ ତୃଣମୂଳ ଛାତ୍ର ପରିଷଦ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଦେଇଥିବା ବୟାନ ଉପରେ ଆଧାରିତ, ଯେଉଁଥିରେ ସେ କହିଥିଲେ, “ମନେରଖନ୍ତୁ, ଯଦି ବଙ୍ଗଳା ଜଳିଯାଏ, ତେବେ ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଦିଲ୍ଲୀ ମଧ୍ୟ ଜଳିଯିବ।

ଶ୍ରୀ ଜିନ୍ଦଲ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ବୟାନ ଉତ୍ତେଜନାମୂଳକ, ଆଞ୍ଚଳିକ ଘୃଣା ଓ ଶତ୍ରୁତାକୁ ଉତ୍ତେଜିତ କରୁଛି ଏବଂ ଏହା ଜାତୀୟ ସୌହାର୍ଦ୍ଦ୍ୟ ଏବଂ ଜନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିଛି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀଙ୍କ କଥା ଏଭଳି ବକ୍ତବ୍ୟ ଅତ୍ୟନ୍ତ ବିପଜ୍ଜନକ।

- Advertisement -

ଅନ୍ୟପକ୍ଷରେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିବା ସହ ସେ ସମଗ୍ର ଭାରତରେ ଅଶାନ୍ତି ଓ ବିଭାଜନକାରୀ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ରାଜ୍ୟର ସର୍ବୋଚ୍ଚ ପଦବୀରୁ ପ୍ରତିଶୋଧ ରାଜନୀତିକୁ ଖୋଲାଖୋଲି ସମର୍ଥନ ବୋଲି ନିନ୍ଦା କରିଛନ୍ତି। ମମତା ବାନାର୍ଜୀ ଦେଶ ବିରୋଧୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ବଙ୍ଗଳା ଜଳିଯାଏ ତେବେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories