www.samajalive.in
Sunday, December 7, 2025
26.1 C
Bhubaneswar

କଶ୍ମୀରୀ ଛାତ୍ରଙ୍କୁ କଲେଜ ମନା

ଡେରାଡୁନ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଡେରାଡୁନରେ କଶ୍ମୀରର ଛାତ୍ରମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି। ଏହି ଛାତ୍ର ଏବଂ ନାଗରିକଙ୍କୁ ଏଠାରେ ଟାର୍ଗେଟ କରାଯାଉଛି। ମିଳିଥିବା ସୂଚନା ମୁତାବକ, କଶ୍ମୀର ଛାତ୍ରଛାତ୍ରୀମାନଙ୍କୁ ଏଠାକାର କଲେଜରେ ପଢ଼ିବାକୁ ବାରଣ କରାଯାଇଛି। ୨ଟି କଲେଜ ନୂତନ ଶିକ୍ଷାବର୍ଷରେ କୌଣସି କଶ୍ମୀର ଛାତ୍ରଙ୍କୁ ଆଡମିଶନ କରାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିସ୍ଥିତିରେ ଡେରାଡୁନରେ ଏବେ ଅଧ୍ୟୟନ କରୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଅନେକ ଛାତ୍ରଛାତ୍ରୀ ଭୟରେ ଡେରାଡୁନ ଛାଡ଼ି ନିଜ ଘରକୁ ଚାଲିଯାଉଥିବା ଦେଖାଯାଉଛି।

କଶ୍ମୀର ଛାତ୍ରମାନଙ୍କୁ ବିରୋଧ କରି ଡେରାଡୁନସ୍ଥିତ ଡିଏଭି ପିଜି କଲେଜ ଛାତ୍ର ସଂସଦ ସମେତ ଏବିଭିପି, ଭିଏଚପି ଏବଂ ବଜରଙ୍ଗ ଦଳ ପକ୍ଷରୁ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  କଲେଜ କର୍ତ୍ତୃପକ୍ଷ ଛାତ୍ର ସଂସଦକୁ ଉତ୍ତର ଦେଇ କହିଛନ୍ତି ଯେ, ଯଦି କୌଣସି କଶ୍ମୀର ଛାତ୍ର ଜାତୀୟତା ବିରୋଧୀ କାର୍ଯ୍ୟକରେ ଲିପ୍ତ ରହିବା ନେଇ ଜଣାପଡ଼େ ତେବେ ତୁରନ୍ତ ତାଙ୍କୁ କଲେଜରୁ ବହିଷ୍କାର କରାଯିବ। ନୂତନ ସେଶନଠାରୁ ଅନ୍ୟ କୌଣସି କଶ୍ମୀର ଛାତ୍ରଙ୍କୁ ଆଡମିଶନ କରାଯିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

- Advertisement -

ସେହିପରି ଆଲପାଇନ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜି କଲେଜ କଲେଜର ନିର୍ଦେଶକ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ସେସନଠାରୁ କୌଣସି କଶ୍ମୀର ଛାତ୍ରଙ୍କୁ କଲେଜରେ ଆଡମିଶନ କରାଯିବ ନାହିଁ ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories