www.samajalive.in
Sunday, December 7, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ; ଭୋଜନ ପରେ ତୁରନ୍ତ କଫି ପିଉଥିଲେ ଜାଣି ରଖନ୍ତୁ..

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ କିମ୍ବା କଫିରୁ ହୋଇଥାଏା ଗୋଟିଏ କପ୍‌‌ କଫି ପିଇବା ପରେ ଅନେକ ସତେଜ ମଧ୍ୟ ଅନୁଭବ କରିଥାଆନ୍ତି। ଏହାସହ ଥକ୍କାପଣ ମଧ୍ୟ ଦୂର ହୋଇଥାଏ। ମାତ୍ର କେତେକଙ୍କର ଅଭ୍ୟାସ ଥରେ କିମ୍ବା ୨ ଥର ନୁହେଁ ବରଂ ବାରମ୍ବାର କଫି ଓ ଚା’ ପିଇବା। ବିଶେଷ କରି କେତେକ ଲୋକେ ଖାଦ୍ୟ ଖାଇବା ପରେ ମଧ୍ୟ କଫି ଓ ଚା’ ପିଇଥାଆନ୍ତି।
ଏଭଳି ଅଭ୍ୟାସ ଥିଲେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଭୋଜନ ପରେ ତୁରନ୍ତ କଫି ପିଅନ୍ତୁ ନାହିଁ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡେ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ପୋଷକ ତତ୍ତ୍ୱ ମଧ୍ୟ ମିଳିନଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ।
ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ। ଫଳରେ ହୃଦୟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହୃଦୟ ଜନିତ ବିଭିନ୍ନ ରୋଗର କାରଣ ପାଲଟିଥାଏ। ହୃଦଘାତର ମଧ୍ୟ ସମ୍ଭାବନା ରହିଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ।
ଯେଉଁମାନଙ୍କର ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଛି,ସେମାନେ ଖାଦ୍ୟ ଖାଇବାର ୨ କିମ୍ବା ୩ ଘଣ୍ଟା ପରେ କଫି ପିଇପାରିବେ। ଏପରି କରିବା ଦ୍ୱାରା ଖାଦ୍ୟରୁ ପୋଷକ ତତ୍ତ୍ୱ ସଠିକ୍‌‌ ଭାବେ ଅବଶୋଷିତ ହୋଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories