www.samajalive.in
Tuesday, December 9, 2025
26.1 C
Bhubaneswar

ତାଳଚେର ଥର୍ମାଲକୁ କୋଇଲା ଯୋଗାଣ ବନ୍ଦ

ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଏମ୍‌ସିଏଲ ପକ୍ଷରୁ ମଙ୍ଗଳବାର ରାତିଠାରୁ କୋଇଲା ଯୋଗାଣ ବନ୍ଦ କରିଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଫଳରେ ତାଳଚେର ଥର୍ମାଲ ପ୍ଲାଣ୍ଟର ଭବିଷ୍ୟତ ଅନ୍ଧାରରେ ରହିଥିବା ଜଣାପଡ଼ିଛି। ଜଗନ୍ନାଥ କୋଇଲା ଖଣିରୁ କନ୍‌ଭେୟାର ବେଲ୍ଟ ଯୋଗେ ତାଳଚେର ଥର୍ମାଲକୁ ଦୈନିକ ସାଢ଼େ ୪ହଜାର ଟନରୁ ସାଢ଼େ ୬ହଜାର ଟନ କୋଇଲା ଯୋଗାଣ ହୋଇଥାଏ। ରେଳୱାଗନରେ କୋଇଲା ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଏହି ବିଦ୍ୟୁତ ପ୍ରକଳ୍ପରୁ ଦୈନିକ ୬ଟି ୟୁନିଟରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି। କୋଇଲା ଯୋଗାଣ ବନ୍ଦ ହୋଇଯାଇଥିବାରୁ ବିଦ୍ୟୁତ ଉତ୍ପାଦନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଥର୍ମାଲ ଟାଉନସିପ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଏହି ସର୍ବବୃହତ ବିଦ୍ୟୁତ ପ୍ରକଳ୍ପକୁ ପୁନଃ ଚାଲୁ ରଖିବା ପାଇଁ ଦାବି କରିବା ସହ ୧୩୨୦ ମେଗାୱାଟର ନୂତନ ପ୍ଳାଣ୍ଟକୁ ଶୀଘ୍ର ପ୍ରତିଷ୍ଠା କରିବା ପାଇଁ ଅନୁରୂପ ଭାବେ ଦାବି ହୋଇଛି।

ଅନ୍ୟପକ୍ଷରେ ଥର୍ମାଲର କୋଲ୍‌ ହାଣ୍ଡଲିଂ ପ୍ଳାଣ୍ଟରେ ଯେତିକି ପରିମାଣରେ କୋଇଲା ଗଚ୍ଛିତ ଅଛି ତାହା ଏକ ସପ୍ତାହ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବା କି ନାହିଁ ସନ୍ଦେହ ପ୍ରକାଶ ପାଇଛି।

- Advertisement -

୧୯୬୭ରେ ବ୍ୟବସାୟିକ ଭିତ୍ତିରେ ତାଳଚେର ବିଦ୍ୟୁତ କେନ୍ଦ୍ରରୁ ପ୍ରଥମ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟକୁ ଆଲୋକିତ କରିଆସୁଛି। ଏହି ପ୍ଳାଣ୍ଟ ୫୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଚାଲିଆସୁଥିବାବେଳେ ପରିବେଶ ମଞ୍ଜୁରୀ ଓ ପ୍ଳାଣ୍ଟର ୱାରେଣ୍ଟି ଅବଧି ସରିଆସୁଥିବା ଆଳ ଦେଖାଇ ଆସନ୍ତା ମାର୍ଚ୍ଚ ୩୧ଠାରୁ ଏନଟିପିସି କର୍ତ୍ତୃପକ୍ଷ ବନ୍ଦ କରିଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ଳାଣ୍ଟରେ କାର୍ଯ୍ୟରତ ବିଭିନ୍ନ ଠିକା ସଂସ୍ଥାଗୁଡ଼ିକୁ ମାର୍ଚ୍ଚ ୩୧ ପରେ ଆଉ କୌଣସି ଠିକା କାମ ଦିଆଯିିବ ନାହିଁ ବୋଲି ଶୁଣିବାକୁ ମିଳୁଛି। ଏହି ବିଦ୍ୟୁତ ପ୍ରକଳ୍ପରେ ୨୫୦ ଜଣ ଯନ୍ତ୍ରୀ, ଅଧିକାରୀ, ୧୪୦ରୁ ଊର୍ଦ୍ଧ୍ବ ସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଥିଲାବେଳେ ୧୫୦୦ ଊର୍ଦ୍ଧ୍ବ ଠିକା ଶ୍ରମିକ ବିଦ୍ୟୁତ ପ୍ରକଳ୍ପର ବିଭିନ୍ନ ପ୍ଳାଣ୍ଟରେ ନିୟୋଜିତ ଅଛନ୍ତି।

ଥର୍ମାଲ ପ୍ଳାଣ୍ଟ ବନ୍ଦ ହେଲେ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକେ ବେରୋଜଗାର ହେବାର ଆଶଙ୍କା ରହିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ତାଳଚେର ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ମଟରସାଇକଲ ଶୋଭାଯାତ୍ରା ତାଳଚେରଠାରୁ ଅନୁଗୋଳ ଜିଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ନିଷ୍ପତ୍ତି ହୋଇଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ ସାଂସଦ ମହେଶ ସାହୁ, ଓକିଲ ସଂଘ ସଭାପତି ଛବିକୁମାର ସାହୁ, କଂଗ୍ରେସନେତା କେଶବ ଭୂତିଆ, କମ୍ୟୁନିଷ୍ଟ ନେତା ଦେବାଶିଷ ​ଘୋଷ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ ସମେତ ବହୁ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ସମେତ ଥର୍ମାଲ ପ୍ଳାଣ୍ଟର ଶ୍ରମିକମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିବା ଆଜି ଏକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories