www.samajalive.in
Monday, December 8, 2025
16.1 C
Bhubaneswar

ସରକାରୀ ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି ; ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ର ଓ ଯୁବ ସଂଗଠନ

ଭୁବନେଶ୍ବର : ଶାସନର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ବଡ଼ ଭେଟି ଦେଇଛନ୍ତି । ସମୃଦ୍ଧ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ନେଇ କାମ କରୁଥିବା ରାଜ୍ୟ ସରକାର ସରକାରୀ ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ସରକାରୀ ଚାକିରି ଖଣ୍ଡେ ପାଇଁ ଉଦ୍ୟମ କରି ନିରାଶ ହୋଇ ପଡ଼ିଥିବା ଯୁବକ, ଯୁବତୀଙ୍କ ପାଇଁ ଆଶାର କିରଣ ହୋଇଛି ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି। ସମାଜର ବିଭିନ୍ନ ମହଲରୁ ଆସୁଥିବା ନିବେଦନକୁ ସରକାର ସହୃଦୟତାର ସହ ବିଚାର କରି ଆଉ ୧୦ ବର୍ଷ ଯାଏଁ ସରକାରୀ ନିଯୁକ୍ତି ପାଇଁ ପ୍ରୟାସ ଜାରି ରଖିବା ଲାଗି ସରକାର ସେମାନଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ ସାରା ରାଜ୍ୟର ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ଏହାକୁ ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ବୋଲି ଅଭିହିତ କରି ଛାତ୍ର ଓ ଯୁବ ସଂଗଠନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସାଧୁବାଦ ଜଣାଇଛନ୍ତି।
ସରକାରଙ୍କ ନିଯୁକ୍ତି ନିୟମ ଅନୁସାରେ କୌଣସି ପ୍ରକାର ପଦବୀରେ ନିୟୋଜନ ପାଇଁ ସର୍ବାଧିକ ବୟସସୀମା ୩୨ ବର୍ଷ ଧାର୍ଯ୍ୟ କରାଯାଇଥିଲା। ହେଲେ ସମସ୍ତେ ଏହି ଅବଧି ମଧ୍ୟରେ ସରକାରୀ ଚାକିରି ପାଇଁ ଯୋଗ୍ୟତା ଅର୍ଜନ କରିବା ସହଜ ନୁହେଁ। ବହୁ ଗରିବ, ମେଧାବୀ ଛାତ୍ରଛାତ୍ରୀ ବ୍ୟକ୍ତିଗତ ଏବଂ ଅନ୍ୟ କାରଣ ପାଇଁ ଏଥିରୁ ବଞ୍ଚିତ ହେଉଛନ୍ତି। ହେଲେ ୩୨ ବର୍ଷ ପୂରଣ ହୋଇଗଲେ ବିକଳ୍ପ ରୋଜଗାର ବ୍ୟବସ୍ଥା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ସମସ୍ତଙ୍କ ପକ୍ଷେ ବ୍ୟବସାୟ କରିବା ସମ୍ଭବ ନୁହେଁ। ଏପରିସ୍ଥଳେ ଉଦ୍ୟମରତ ପ୍ରାର୍ଥୀଙ୍କ ମନରେ ନିରାଶା ଭରିଯାଇଥାଏ। ପରିବାରର ବୋଝ ଉଠାଇବା ପାଇଁ ସେମାନଙ୍କୁ ଆଉ ଏକ ସୁଯୋଗ ଦରକାର। ଏପରି କିଛି ଅନୁରୋଧ ଭରା ପତ୍ର ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଥିଲା। ଯାହାକୁ ବିଚାର କରି ସରକାର ବୟସ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅତିଥି ଭବନରେ ରାଜ୍ୟର ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ କହିଥିଲେ ଯେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁ ଦିନରୁ ଦାବି ହୋଇ ଆସୁଥିଲା। କିନ୍ତୁ ପୂର୍ବ ସରକାର ଏହି ଦାବିକୁ ପୂରଣ କରିବାରେ ବିଫଳ ହୋଇଥିଲେ। କିନ୍ତୁ ଶାସନର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ବଡ଼ ଭେଟି ଦେଇଛନ୍ତି ତାହା ରାଜ୍ୟର ହିତରେ ବହୁ ଉପାଦେୟ ହେବ। ଦୀର୍ଘବର୍ଷର ସ୍ବପ୍ନ ଓ ସଂଘର୍ଷକୁ ବୁଝି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବାରୁ ସମସ୍ତ ଯୁବ ବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories